ମୃତ ଝିଅର ବାପା ଦୀନବନ୍ଧୁଙ୍କୁ ଭେଟିଲେ ମାଲକାନଗିରି ଜିଲ୍ଲାପାଳ
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବାପା ଝିଅର ମୃତ ଦେହ ବୋହିବା ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଆଜି ମାଲକାନଗିରି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଘୁଷପାଲୀ ଗାଁକୁ ଯାଇ ଦୀନବନ୍ଧୁ ଖେମୁଣ୍ଡଙ୍କୁ ପଚରା ଉଚରା କରିଛନ୍ତି। ଝିଅର ଚିକିତ୍ସା ପାଇଁ ପ୍ରଥମେ କେଉଁଠି ନିଆଯାଇଥିଲା, ୧୦୮ ଆମ୍ୱୁଲାନ୍ସ କେଉଁଠି ଓ କେଉଁ ପରିସ୍ଥିତିରେ ସେମାନଙ୍କୁ ଓହ୍ଲାଇ ଦେଇଥିଲା ସେ ସମ୍ପର୍କରେ ଜିଲ୍ଲାପାଳ ଦୀନବନ୍ଧୁଙ୍କୁ ପଚାରିଥିଲେ। ଏହାଛଡ଼ା ପ୍ରଶାସନ ପକ୍ଷରୁ କିଛି ଆର୍ଥକ ସହାୟତା ଦିଆଯାଇଛି କି ନାହିଁ ବୋଲି ସେ ପଚାରିଥିଲେ।
ରୋଗୀଙ୍କ ମୃତ୍ୟୁ ଘଟିଲେ ମୃତଦେହକୁ ଆମ୍ୱୁଲାନ୍ସରେ ଘରକୁ ନେବାର ନିୟମ ନାହିଁ। ତେବେ ଆମ୍ୱୁଲାନ୍ସ ମୃତଦେହକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା କଥା ବୋଲି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।