ମାଲକାନଗିରି: ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ, ହଷ୍ଟେଲ୍ ଛାଡ଼ିଲେ ୧୯୨ ବଣ୍ଡା ଛାତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଡ଼ବେଲ କଦମଗୁଡ଼ା ଏଜୁକେସନାଲ୍ କମ୍ପ୍ଲେକ୍ସର ବଣ୍ଡା ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁକ୍ତା ଅନୁଗୁଳିଆଙ୍କ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କରି ୧୯୨ ଜଣ ଛାତ୍ରୀ ହଷ୍ଟେଲ ଛାଡି ଚାଲିଯାଇଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ବାରମ୍ୱାର ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବାରୁ ସେମାନେ ହଷ୍ଟେଲ ଛାଡି ଦେଇଥିବା କହିଛନ୍ତି। ହଷ୍ଟେଲ ଛାଡିବା ପରେ କିଛି ଛାତ୍ରୀ ଇଟା ଭାଟିରେ କାମ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ହଷ୍ଟେଲରେ ୨୮୦ ଜଣ ଛାତ୍ରୀ ରହି ପାଠ […]

malkangiri-bonda

malkangiri-bonda

Rakesh Mallick
  • Published: Friday, 12 February 2016
  • Updated: 12 February 2016, 10:50 AM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଡ଼ବେଲ କଦମଗୁଡ଼ା ଏଜୁକେସନାଲ୍ କମ୍ପ୍ଲେକ୍ସର ବଣ୍ଡା ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁକ୍ତା ଅନୁଗୁଳିଆଙ୍କ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କରି ୧୯୨ ଜଣ ଛାତ୍ରୀ ହଷ୍ଟେଲ ଛାଡି ଚାଲିଯାଇଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ବାରମ୍ୱାର ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବାରୁ ସେମାନେ ହଷ୍ଟେଲ ଛାଡି ଦେଇଥିବା କହିଛନ୍ତି। ହଷ୍ଟେଲ ଛାଡିବା ପରେ କିଛି ଛାତ୍ରୀ ଇଟା ଭାଟିରେ କାମ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

ହଷ୍ଟେଲରେ ୨୮୦ ଜଣ ଛାତ୍ରୀ ରହି ପାଠ ପଢୁଛନ୍ତି। ୮୮ ଜଣଙ୍କୁ ଛାଡି ଅନ୍ୟମାନେ ହଷ୍ଟେଲ ଛାଡି ଦେଇଛନ୍ତି।

ତେବେ ଏପରି ଅଭିଯୋଗକୁ ସମ୍ପୃକ୍ତ ପ୍ରଧାନ ଶିକ୍ଷୟତ୍ରୀ ଖଣ୍ଡନ କରିଛନ୍ତି। ଅଭିଯୋଗ ପରେ ବଣ୍ଡା ଉନ୍ନୟନ ସଂସ୍ଥାର ଅଧିକାରୀ ସ୍କୁଲ ପରିଦର୍ଶନ କରିବା ସହ ଘଟଣାର ତଦନ୍ତ କରିଛନ୍ତି। ଅଭିଯୋଗ ସତ ହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos