ଗୁରୁପ୍ରିୟା ସେତୁ ଗଳିପଡ଼ିବା ଘଟଣାର କାରଣ ଖୋଜୁଛି ବିଶେଷଜ୍ଞ ଟିମ୍‌

ଚିତ୍ରକୋଣ୍ଡା:  କାହିଁକି ଗୁରୁପ୍ରିୟା ସେତୁ ଖସିପଡ଼ିଲା। ସେତୁର ଗାର୍ଡରରେ କେଉଁଠି ତ୍ରୁଟି ରହିଛି, ଏନେଇ ଅନୁଧ୍ୟାନ ପାଇଁ ଆଜି ଘଟଣାସ୍ଥଳରେ ୩ ଜଣିଆ ବିଶେଷଜ୍ଞ ଟିମ୍ ପହଞ୍ଚିଛନ୍ତି। ଭୁବନେଶ୍ୱରରୁ ଆର୍.ଆଣ୍ଡ.ବି.ର ଚିଫ୍ ଇଞ୍ଜିନିୟରଙ୍କ ନେତୃତ୍ୱରେ ଯାଇଥିବା ଏଇ ବିଶେଷଜ୍ଞ ଦଳରେ ୨ ଜଣ ଡିଜାଇନିଂ ଇଞ୍ଜିନିୟର ମଧ୍ୟ ଅଛନ୍ତି।

ଗତ ୨୫ ତାରିଖରେ ମାଲକାନଗିରିରେ ନିର୍ମାଣାଧୀନ ଗୁରୁପ୍ରିୟା ସେତୁର ୧୦ ଓ ୧୧ ନମ୍ବର ପାଇଲ ଉପରେ ରଖାଯାଇଥିବା ୩ଟି ଗାର୍ଡର ଖସି ପଡ଼ିଥିଲା। ଏହା ପୂର୍ବରୁ ମଧ୍ୟ ଏହି ନିର୍ମାଣାଧୀନ ସେତୁର ପାଇଲ ବଙ୍କା ହୋଇଯାଇଥିଲା।