ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ସ୍କୁଲରୁ ବାହାର କରିଦେବାକୁ ଦେଉଥିଲେ ଧମକ

ମାଲକାନଗିରି: ସ୍କୁଲରେ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରୁଛନ୍ତି। ପୁଣି କଥା ବାହାରେ ପ୍ରଘଟ କଲେ ସ୍କୁଲରୁ ବାହାର କରିଦେବା ସହ ପରୀକ୍ଷାରେ ଫେଲ୍ କରିଦେବାକୁ ଧମକ ଦେଉଛନ୍ତି। ଏହି ଭୟରେ ସ୍କୁଲ ଛାଡୁଛନ୍ତି ଛାତ୍ରୀ। ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଏମ୍.ଭି. ୭୧ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ। ଅଭିଯୋଗ ଅନୁସାରେ ସ୍କୁଲର ମନଜିତ ବାଇନ ନାମକ ଜଣେ ଶିକ୍ଷକ ଦୀର୍ଘଦିନ ଧରି ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ଓ କଥା ବାହାରେ ପ୍ରଘଟ କଲେ ସ୍କୁଲରୁ ବାହାର […]

malkangiri

malkangiri

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 02:07 PM IST

Sports

Latest News

ମାଲକାନଗିରି: ସ୍କୁଲରେ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରୁଛନ୍ତି। ପୁଣି କଥା ବାହାରେ ପ୍ରଘଟ କଲେ ସ୍କୁଲରୁ ବାହାର କରିଦେବା ସହ ପରୀକ୍ଷାରେ ଫେଲ୍ କରିଦେବାକୁ ଧମକ ଦେଉଛନ୍ତି। ଏହି ଭୟରେ ସ୍କୁଲ ଛାଡୁଛନ୍ତି ଛାତ୍ରୀ। ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଏମ୍.ଭି. ୭୧ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ।

ଅଭିଯୋଗ ଅନୁସାରେ ସ୍କୁଲର ମନଜିତ ବାଇନ ନାମକ ଜଣେ ଶିକ୍ଷକ ଦୀର୍ଘଦିନ ଧରି ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ଓ କଥା ବାହାରେ ପ୍ରଘଟ କଲେ ସ୍କୁଲରୁ ବାହାର କରିଦେବା ଧମକ ଦେଉଥିଲେ।  ନିକଟରେ କିଛି ଛାତ୍ରୀ ନିଜ ଘରେ ଏଭଳି ଅଭିଯୋଗ କରିବା ପରେ ଅଭିଭାବକମାନେ ସିଆରସିଙ୍କ ଉପସ୍ଥିତିରେ ସ୍କୁଲରେ ଏକ ବୈଠକ ଡାକିଥିଲେ। ଏହାସହିତ ଶିକ୍ଷକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାଷ୍ଠାନ ସହ ବଦଳି ଦାବି କରିଥିଲେ।  ପରେ ପୂରା ଘଟଣା ନେଇ ବିଇଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ କରାଯାଇନାହିଁ।

ଏହି ଘଟଣାର ତଦନ୍ତ ଭାର ବିଇଓଙ୍କୁ ଦିଆଯାଇଛି।  ଉପଯୁକ୍ତ ପ୍ରମାଣ ମିଳିଲେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos