ମାଲିକାନଗିରି: ଖାଲପଦର ଜଙ୍ଗଲରେ ମାଓ କ୍ୟାମ୍ପ୍ ଠାବ, ୪ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିକଟ ଖାଲପଦର ଜଙ୍ଗଲରେ ରବିବାର ବିଏସଏଫ୍ ଯବାନମାନେ କମ୍ବିଂ ଅପରେସନ କରିବା ବେଳେ ଏକ ମାଓ କ୍ୟାମ୍ପ୍ ଠାବ କରିଥିଲେ।  ଏହି  କ୍ୟାମ୍ପରୁ ୪ଟି ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ବିଏସ୍‌ଏଫ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରାଯାଉଛି।

ଖାଇପଦର ଜଙ୍ଗଲରେ ମାଓବାଦୀମାନେ ଥିବା ସୂଚନା ପାଇ ଗତକାଲି ବିଏସଏଫ୍ ଯବାନମାନେ ସେଠାରେ କମ୍ବିଂ କରିଥିଲେ। କମ୍ବିଂ ବେଳେ ଉକ୍ତ ମାଓ କ୍ୟାମ୍ପକୁ ଠାବ କରିଥିଲେ। ତେବେ ସେଠାରେ ଅସ୍ତ୍ରଶସ୍ତ୍ର ଥିବା ବେଳେ କୌଣସି ମାଓବାଦୀ ନ ଥିଲେ। ତେଣୁ ଯବାନଙ୍କ ଉପସ୍ଥିତି ସଂପର୍କରେ ଖବର ପାଇ ସେମାନେ ଫେରାର ହୋଇଯାଇଥିବା କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।