ମାଲକାନଗିରି: ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଛି। ଏହା ୮ତାରିଖ ପର୍ଯ୍ୟନ୍ତ ଚାଲିବ। ପିଏଲଜିଏ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି।  ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ କାଁ ଭାଁ ବେସରକାରୀ ବସ୍ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ପିଏଲଜିଏ ସପ୍ତାହ ପାଳନରେ ସାମିଲ ହେବାକୁ ଆହ୍ୱାନ କରି ମାଓବାଦୀମାନେ ମାଲକାନଗିରି ସୀମା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ଏହି ପିଏଲଜିଏ ସପ୍ତାହ […]

mao

mao

Rakesh Mallick
  • Published: Wednesday, 02 December 2015
  • Updated: 02 December 2015, 04:47 AM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଛି। ଏହା ୮ତାରିଖ ପର୍ଯ୍ୟନ୍ତ ଚାଲିବ। ପିଏଲଜିଏ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି।  ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ କାଁ ଭାଁ ବେସରକାରୀ ବସ୍ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ପିଏଲଜିଏ ସପ୍ତାହ ପାଳନରେ ସାମିଲ ହେବାକୁ ଆହ୍ୱାନ କରି ମାଓବାଦୀମାନେ ମାଲକାନଗିରି ସୀମା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି।

ଏହି ପିଏଲଜିଏ ସପ୍ତାହ ସମୟରେ ମାଓବାଦୀମାନେ ଅନେକ ବଡ଼ ବଡ଼ ହିଂସା କାଣ୍ଡ ଘଟାଇଥିବା ନଜିର ରହିଛି। ତେଣୁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାର ମାଓ ଅଧ୍ୟୁସିତ ଅଞ୍ଚଳରେ ଏସଓଜି, ଡିଭିଏଫ, ବିଏସଏଫ ଏବଂ ସିଆରପିଏଫ ପକ୍ଷରୁ କମ୍ୱିଂ ଅପରେସନ ଜୋରଦାର କରାଯାଇଛି।

ପୋଲିସ ଗୁଳିରେ ନିହତ ମାଓବାଦୀଙ୍କ ସ୍ମୃତିରେ ମାଓବାଦୀମାନେ ଏହି ପିଏଲଜିଏ ସପ୍ତାହ ପାଳନ କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos