ପୋଲିସ ଇନଫର୍ମର ସନ୍ଦେହରେ ୨ମୁଣ୍ଡ ନେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରିରେ ଲାଲ ତାଣ୍ଡବ। ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ବିଶାଖାପାଟନମ୍‌ ଜିଲ୍ଲା ମାଡେଗାରେଲୁ ଗାଁରେ ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ।  ପୋଲିସ ଇନଫର୍ମର ସନ୍ଦେହରେ ଉଭୟଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।  ମୃତକ ଦୁଇ ଜଣ ହେଲେ କଲାକାନି ସୂରିୟା ଏବଂ ମୁକଲା କିଶୋର।