ଦୁର୍ଦ୍ଦାନ୍ତ ନକ୍ସଲ ଜିପ୍ରୋ ହାବିକାଙ୍କ ଆତ୍ମସର୍ମପଣ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଦୁର୍ଦ୍ଦାନ୍ତ ନକ୍ସଲ ଜିପ୍ରୋ ହାବିକା ଆଜି ମାଲକାନଗିରି ଏସ୍‌ପି ରୁଷିକେଶ ଖିଲାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଜିପ୍ରୋ ୨୦୧୨ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ମାଲକାନଗିରି ବିଶାଖା ବର୍ଡର ଡିଭିଜନର ଏରିଆ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁରେ ୯ଟି ମାମଲା ରହିଥିବା ବେଳେ ସରକାର ତାଙ୍କୁ ଧରାଇ ଦେଲେ ୪ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ମଧ୍ୟ ଘୋଷଣା କରିଥିଲେ। […]

naaxal0

naaxal0

Tapaswini Nayak
  • Published: Wednesday, 12 February 2020
  • Updated: 12 February 2020, 04:14 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଦୁର୍ଦ୍ଦାନ୍ତ ନକ୍ସଲ ଜିପ୍ରୋ ହାବିକା ଆଜି ମାଲକାନଗିରି ଏସ୍‌ପି ରୁଷିକେଶ ଖିଲାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଜିପ୍ରୋ ୨୦୧୨ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ମାଲକାନଗିରି ବିଶାଖା ବର୍ଡର ଡିଭିଜନର ଏରିଆ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁରେ ୯ଟି ମାମଲା ରହିଥିବା ବେଳେ ସରକାର ତାଙ୍କୁ ଧରାଇ ଦେଲେ ୪ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ମଧ୍ୟ ଘୋଷଣା କରିଥିଲେ।

ଜିପ୍ରୋ କହିଛନ୍ତି ଯେ ସରକାରଙ୍କ ବିକାଶ ଧାରାକୁ ସମର୍ଥନ କରି ସେ ଆତ୍ମସମର୍ପଣ କରିଛନ୍ତି। ନକ୍ସଲମାନେ ସ୍ୱାଭିମାନ ଅଞ୍ଚଳର ବିକାଶ ଚାହୁଁନାହାନ୍ତି। ତା’ସହିତ ସେମାନେ ନିରୀହ ଲୋକମାନଙ୍କୁ ବ୍ୟବହାର କରୁଛନ୍ତି।

ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ବିଏସଏଫ୍‌ର ଘନ ଘନ ଚଢ଼ାଉରେ ନକ୍ସଲ ପଛ ଘୁଞ୍ଚା ଦେବାକୁ ବାଧ୍ୟ ହେଉଥିବା ଜିପ୍ରୋ କହିଛନ୍ତି।

ଆତ୍ମସମର୍ପଣ କରିଥିବା ଜିପ୍ରୋଙ୍କୁ  ସରକାରଙ୍କ ନିୟମ ଅନୁଯାୟୀ ଘର ଓ ଆର୍ଥିକ ସହାୟତା ଦିଆଯିବ। ତା’ସହିତ ତାଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos