ମାଲକାନଗିରିରେ ବିଜେପିର କ୍ଲିନ୍‌ ସୁଇପ୍‌

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଜେପି କ୍ଲିନ୍‌ ସୁଇପ୍‌ କରିଛି। ଆଜି ଚତୁର୍ଥ ପର୍ଯ୍ୟାୟରେ ୩ଟି ଯାକ ଜୋନକୁ  ଅକ୍ତିଆର କରିଛି ବିଜେପି। ଫଳରେ ଜିଲ୍ଲାରେ ବିଜେପି ୧୫ଟିରୁ ୧୦ଟି ଆସନ ହାସଲ କରି ଜିଲ୍ଲା ପରିଷଦ ଗଠନ କରିବା ପକ୍କା  କରିଛି। ଏଠାରେ ବିଜେଡି ଗୋଟିଏ ଜୋନ ହାସଲ କରିଥିବା ବେଳେ କଂଗ୍ରେସ ୨ଟିରେ ବିଜୟୀ ହୋଇଛି।

ଚିତ୍ରକୋଣ୍ଡା ବ୍ଲକରେ ହେବାକୁ ଥିବା ୨ଟି ଜୋନରେ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିଶନ।