ମାଲକାନଗିରିରେ ପ୍ରବଳ ବର୍ଷା: କାଙ୍କରକୋଣ୍ଡା, ଏମ୍‌ଭି-୯୦ରେ ପୋଲ ଉପରେ ୪ ଫୁଟ୍‌ର ପାଣି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତକାଲିଠାରୁ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ବର୍ଷା ଯୋଗୁଁ ଜିଲ୍ଲାରେ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। କାଙ୍କରକୋଣ୍ଡା ଓ ଏମ୍‌ଭି-୯୦ରେ ଥିବା ପୋଲ ଉପରେ ପ୍ରାୟ ୪ ଫୁଟ୍‌ର ପାଣି ଚାଲିଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇ ଥିବାରୁ ମାଲକାନଗିରିରୁ କାଲିମେଳା ଓ କାଲିମେଳାରୁ ଏମଭି-୭୯ ଯିବାକୁ ଲୋକେ ଅଧାବାଟରେ ଅଟକ ରହିଛନ୍ତି।

ଏଭଳି ବର୍ଷା ଲାଗି ରହିଲେ ଅନ୍ୟ ନଦୀଗୁଡିକର ଜଳସ୍ତର ବଢିବା ସହ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି।