ମାଲକାନଗିରି ସୀମାନ୍ତରେ ବସ୍ ଜାଳି ଦେଲେ ମାଓବାଦୀ

ମାଲକାନଗିରି: ମାଲକାନିଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁରର ଗୋପାଲପାଟନମରେ ମାଓବାଦୀମାନେ ଏକ ଘରୋଇ ବସକୁ ପୋଡି ଦେଇଛନ୍ତି । ଆଜି ବିଜାପୁରରେ ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହା ସତ୍ତ୍ୱେ ବସ ଚଳାଚଳ କରିବା ଯୋଗୁଁ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ବସରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇଦେଇ ମାଓବାଦୀମାନେ ବସରେ ନିଆଁ ଲଗାଇ ଦେଇଥିଲେ। ବସ୍ କର୍ମଚାରୀ ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।