ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଶତାଧିକ ମାଓ ସମର୍ଥକ

ମାଲକାନଗିରି: ଶତାଧିକ ମାଓ ସମର୍ଥକ ଆଜି ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୁଜାରୀପୁଟ, ଟେ’ ମୁରୁପାଲି ଓ କୁକୁରକୁଣ୍ଡ ଗାଁର ୧୪୦ରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଆତ୍ମସମର୍ପଣ ମାଓବାଦୀଙ୍କ ଦରଭା ଡିଭିଜନଙ୍କୁ ଏକ ବଡ଼ ଧକ୍କା ବୋଲି କୁହାଯାଉଛି। ଗତ ୪ ମାସ ମଧ୍ୟରେ ପୋଲିସ୍ ନିକଟରେ କାଲିମେଳା ଅଞ୍ଚଳରୁ ହଜାରେରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିସାରିଲେଣି।