ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ପ୍ରଧାନଶିକ୍ଷକ ନିଲମ୍ୱିତ

କୋରାପୁଟ(ଓଡ଼ିଶା ରିପୋର୍ଟର): ନନ୍ଦପୁର ବ୍ଲକ ବାଲଦା ସେବାଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପ୍ରଧାନଶିକ୍ଷକ ବିଦ୍ୟାଭୂଷଣ ନାୟକଙ୍କୁ ନିଲମ୍ବିତ କରାଯାଇଛି। ଜିଲ୍ଲା ମଙ୍ଗଳ ଅଧିକାରୀ ଅଭିଯୋଗ ଅନୁସାରେ, ପ୍ରଧାନ ଶିକ୍ଷକ ଜଣେ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଗତ ୫ ମାସ ଧରି ଶାରୀରିକ ସମ୍ପର୍କ ରଖିଥିଲେ। ଏବେ ଛାତ୍ରୀ ଜଣକ ଗର୍ଭବତୀ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପୀଡ଼ିତାଙ୍କ ବାପା ପାଡୁଆ ଥାନାରେ ଏତଲା କରିବା ପରେ ପୋଲିସ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା।