ଗର୍ଭବତୀ ସ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବା ବେଳେ ଯୁବକଙ୍କୁ ମାଡ଼ ଅଭିଯୋଗ

ଭଦ୍ରକ (ପାର୍ଥ ସାରଥୀ ନାୟକ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ଯୁବକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗର୍ଭବତୀ ପତ୍ନୀଙ୍କୁ ଭେଟିବାକୁ ଯାଇଥିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ତୋଡ଼ଙ୍ଗା ପଞ୍ଚାୟତ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ। ଯୁବକଙ୍କ ନାଁ ପ୍ରଦୀପ ବେଉରିଆ। ସୂଚନା ଅନୁଯାୟୀ, କିଛି ଦିନ ତଳେ ଦିଲ୍ଲୀରୁ ଫେରିଥିବା ପ୍ରଦୀପ ଓ ତାଙ୍କ ସ୍ତ୍ରୀଙ୍କୁ ତୋଡ଼ଙ୍ଗା ପଞ୍ଚାୟତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। […]

bhadealk

bhadealk

Tapaswini Nayak
  • Published: Tuesday, 26 May 2020
  • Updated: 26 May 2020, 02:32 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ଯୁବକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗର୍ଭବତୀ ପତ୍ନୀଙ୍କୁ ଭେଟିବାକୁ ଯାଇଥିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ତୋଡ଼ଙ୍ଗା ପଞ୍ଚାୟତ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ। ଯୁବକଙ୍କ ନାଁ ପ୍ରଦୀପ ବେଉରିଆ।

ସୂଚନା ଅନୁଯାୟୀ, କିଛି ଦିନ ତଳେ ଦିଲ୍ଲୀରୁ ଫେରିଥିବା ପ୍ରଦୀପ ଓ ତାଙ୍କ ସ୍ତ୍ରୀଙ୍କୁ ତୋଡ଼ଙ୍ଗା ପଞ୍ଚାୟତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ସେଠାରେ ଉଭୟଙ୍କୁ ଅଲଗା ଅଲଗା ରୁମ୍‌ରେ ରଖାଯାଇଛି। ଗତକାଲି ତାଙ୍କ ସ୍ତ୍ରୀଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏ ନେଇ ତାଙ୍କ ସ୍ତ୍ରୀ ତାଙ୍କୁ ଫୋନ୍ କରି ଜଣାଇଥିଲେ। ଏହା ପରେ ପ୍ରଦୀପ ସ୍ତ୍ରୀଙ୍କୁ ଭେଟିବାକୁ ତାଙ୍କ ରୁମ୍‌କୁ ଯାଇଥିଲେ। ତେବେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ପ୍ରଦୀପଙ୍କୁ ତାଙ୍କ ପତ୍ନୀଙ୍କ ରୁମ୍‌କୁ ଛାଡ଼ି ନଥିଲେ। ଏଣୁ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ସୁରକ୍ଷାକର୍ମୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ବନ୍ତ ବ୍ଲକ୍ ବିଡ଼ିଓ ରେବେକା ବିଲୁଙ୍ଗ କହିଛନ୍ତି ଯେ, ସ୍ୱାମୀସ୍ତ୍ରୀଙ୍କୁ ଦିନ ବେଳା କଥା ହେବା ପାଇଁ ସୁଯୋଗ ଦିଆଯାଉଛି। ମାତ୍ର ଯୁବକ ଜଣଙ୍କ ରାତିରେ ମହିଳାମାନେ ରହୁଥିବା ରୁମକୁ ଯାଇ ହଇରାଣ ହରକତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos