ଜ୍ୱାଇଁକୁ ପିଟିପିଟି ମାରିଦେଲେ ଶ୍ୱଶୁର ଘର ଲୋକେ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ  ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଖଣ୍ଡୁଗାଁର ଗଣେଶ ଦାସ। ତାଙ୍କୁ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଗଣେଶଙ୍କ ପରିବାର ଲୋକେ ଫତେଗଡ଼ ଥାନେରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗଣେଶ ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଏକ ଔଷଧ ଦୋକାନରେ କାମ କରୁଥିଲେ। ସେଠାରେ ପତ୍ନୀ ଏବଂ ପାଞ୍ଚ ବର୍ଷର ଝିଅ ସହ ରହୁଥିଲେ। କୌଣସି କଥାକୁ ନେଇ ଗଣେଶଙ୍କର […]

deadbody

deadbody

Tapaswini Nayak
  • Published: Monday, 21 October 2019
  • Updated: 21 October 2019, 02:14 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ  ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଖଣ୍ଡୁଗାଁର ଗଣେଶ ଦାସ। ତାଙ୍କୁ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଗଣେଶଙ୍କ ପରିବାର ଲୋକେ ଫତେଗଡ଼ ଥାନେରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଗଣେଶ ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଏକ ଔଷଧ ଦୋକାନରେ କାମ କରୁଥିଲେ। ସେଠାରେ ପତ୍ନୀ ଏବଂ ପାଞ୍ଚ ବର୍ଷର ଝିଅ ସହ ରହୁଥିଲେ। କୌଣସି କଥାକୁ ନେଇ ଗଣେଶଙ୍କର ତାଙ୍କ ପତ୍ନୀଙ୍କ ସହ ଝଗଡ଼ା ହୋଇଥିଲା। ଏନେଇ ଗଣେଶଙ୍କ ସ୍ତ୍ରୀ ଗତ ଦେଢ଼ ମାସ ତଳେ ତାଙ୍କ ବାପ ଘର ବାଦଭୂଇଁକୁ ପଳାଇ ଯାଇଥିଲେ।
୧୫ ଦିନ ପୂର୍ବେ ଗଣେଶ ପତ୍ନୀଙ୍କୁ ବୁଝାସୁଝା କରି ନେଇ ଯିବାକୁ  ଶ୍ୱଶୁର ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ଶ୍ୱଶୁର ଘର ଲୋକେ ମାରପିଟ୍ କରିଥିଲେ। ଗଣେଶ ନିଜ ଜୀବନ ବଞ୍ଚାଇ ବାଇକ୍ ଛାଡ଼ି ପଳାଇ ଆସିଥିଲେ।

ଗତ ଶନିବାର ଶ୍ୱଶୁର ଘର ଲୋକେ ବାଇକ୍ ନେଇ ଯିବାକୁ ଗଣେଶଙ୍କୁ ଡକାଇଥିଲେ। ଗଣେଶ ଶ୍ୱଶୁର ଘରେ ପହଞ୍ଚିବା ପରେ ତାଙ୍କୁ ପୁଣି ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗଣେଶଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ତାଙ୍କ ବାପା ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ଗଣେଶଙ୍କୁ ହତ୍ୟା କରାଯାଇ ନାହିଁ। ବରଂ ରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ମୃତ ଗଣେଶଙ୍କ ଶାଶୁ କହିଛନ୍ତି। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos