ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ନପାଳ ପଞ୍ଚାୟତ ଦେଉପାଳଗାଁର ଜେନାସାହିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ସାବିତ୍ରୀ ଜେନା।

ଏନେଇ ମୃତ ମହିଳାଙ୍କ ଭାଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ୍‌ ସାବିତ୍ରୀଙ୍କ ସ୍ୱାମୀ ଭଗବାନ ସାହୁକୁ ଅଟକ ରଖିଛି।

ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ଶାଶୂ ଓ ଶ୍ୱଶୁରଙ୍କ ନାଁରେ ଥାନାର ଅଭିଯୋଗ ହୋଇଛି। ସାବିତ୍ରୀଙ୍କ ତିନି ପୁଅ ଓ ଗୋଟିଏ ଝିଅ ଅଛନ୍ତି।