ସାବିତ୍ରୀ ବ୍ରତରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ଅନୁଗୋଳ(ଓଡ଼ିଶା ରିପୋର୍ଟର): ସ୍ୱାମୀର ଦୀର୍ଘ ନିରାମୟ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିଲେ।  ଦିନସାରା ଉପବାସ ରହି  ପୂଜାପାଠ କରିଥିଲେ। ସେହି ସ୍ୱାମୀ ସାତ ଜନମର ସାଥୀଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଲିପି ବେହେରା। ଅଭିଯୁକ୍ତ ସ୍ୱାମୀ ବସନ୍ତ ବେହେରାକୁ ପୁଲିସ ଅଟକ ରଖି ପଚରାଉଚରା […]

Murder

Murder

Tapaswini Nayak
  • Published: Tuesday, 31 May 2022
  • Updated: 31 May 2022, 02:47 PM IST

Sports

Latest News

ଅନୁଗୋଳ(ଓଡ଼ିଶା ରିପୋର୍ଟର): ସ୍ୱାମୀର ଦୀର୍ଘ ନିରାମୟ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିଲେ।  ଦିନସାରା ଉପବାସ ରହି  ପୂଜାପାଠ କରିଥିଲେ। ସେହି ସ୍ୱାମୀ ସାତ ଜନମର ସାଥୀଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଲିପି ବେହେରା। ଅଭିଯୁକ୍ତ ସ୍ୱାମୀ ବସନ୍ତ ବେହେରାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ଲିପି ଓ ବସନ୍ତଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ବସନ୍ତ ଉତ୍‌କ୍ଷିପ୍ତ ହୋଇ ଘରେ ଥିବା ଟାଙ୍ଗିଆ ଆଣି ସ୍ତ୍ରୀକୁ ନିର୍ମମ ଭାବେ ହାଣି ପକାଇଥିଲେ। ଘଟଣାସ୍ଥଳରେ ଲିପିଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos