ସମ୍ପର୍କୀୟ ଜେଜେଙ୍କ କୁକର୍ମ, ନାବାଳିକା ନାତୁଣୀ ୭ ମାସର ଗର୍ଭବତୀ

ଆଳି (ବନମାଳି ସାହୁ): ଘରେ କେହି ନଥିବାର ସୁଯୋଗ ନେଇ  ନାବାଳିକାକୁ  ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ନାବାଳିକା ଜଣଙ୍କ ୭ମାସର ଗର୍ଭବତୀ ଅଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ। ଏନେଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ବୃଦ୍ଧ ଜଣଙ୍କ ନାବାଳିକାଙ୍କ ସମ୍ପର୍କୀୟ ଜେଜେ ହେବେ। ଦଶମ ଫେଲ୍‌ ହେବା ପରେ ନାବାଳିକା ଜଣଙ୍କ ଘରେ ରହୁଥିଲେ। ନାବାଳିକାଙ୍କ ମା’ ମରି ଯାଇଥିବାରୁ ସେ ଘରର ସବୁ […]

Rape

Rape

Tapaswini Nayak
  • Published: Friday, 26 August 2022
  • Updated: 26 August 2022, 09:01 PM IST

Sports

Latest News

ଆଳି (ବନମାଳି ସାହୁ): ଘରେ କେହି ନଥିବାର ସୁଯୋଗ ନେଇ  ନାବାଳିକାକୁ  ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ନାବାଳିକା ଜଣଙ୍କ ୭ମାସର ଗର୍ଭବତୀ ଅଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ। ଏନେଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ବୃଦ୍ଧ ଜଣଙ୍କ ନାବାଳିକାଙ୍କ ସମ୍ପର୍କୀୟ ଜେଜେ ହେବେ।

ଦଶମ ଫେଲ୍‌ ହେବା ପରେ ନାବାଳିକା ଜଣଙ୍କ ଘରେ ରହୁଥିଲେ। ନାବାଳିକାଙ୍କ ମା’ ମରି ଯାଇଥିବାରୁ ସେ ଘରର ସବୁ ଦାୟିତ୍ୱ ବୁଝୁଥିଲେ। ତିନି ଭାଇଭଉଣୀ ସ୍କୁଲ ଯାଉଥିବା ବେଳେ ନାବାଳିକା ଘରେ ଏକା ରହୁଥିଲେ। ତାଙ୍କ ବାପା ପ୍ରତିଦିନ କାମ କରିବାକୁ ବାହାରକୁ ଯାଉଥିଲେ। ତେବେ ଘରେ କେହି ନ ଥିବାର ସୁଯୋଗ ନେଇ ନାତୁଣୀ ଉପରେ ଆଖି ପକାଇଥିଲେ ସମ୍ପର୍କୀୟ ଜେଜେ। ନାତୁଣୀକୁ ମିଠା କଥା କହି ପଇସା ଲୋଭ ଦେଖାଇ ତାର ନିକଟତର ହୋଇଥିଲେ। ପରେ ନାତୁଣୀକୁ ଦୁଷ୍କର୍ମ କରି ଗର୍ଭବତୀ କରିଥିଲେ। ଏହାସହ ପରିବାର ଲୋକଙ୍କୁ ନ ଜଣାଇବା ପାଇଁ ମଧ୍ୟ ଧମକଚମକ ଦେଇଥିଲେ।

ହଠାତ୍ ନା ବାଳିକାଙ୍କ ଦେହ ଖରାପ ହେବାରୁ ବାପା ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ଝିଅ ୭ ମାସର ଗର୍ଭବତୀ ଥିବା ଡାକ୍ତର କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos