ଝିଆରୀକୁ ଅପହରଣ କରିବା ଅଭିଯୋଗରେ ପିଉସା ଗିରଫ

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଝିଆରୀକୁ ଅପହରଣ କରିବା ଅଭିଯୋଗରେ ପିଉସାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ନାଁ ବିଜୟ କୁମାର। ଗତ ମାସ ୨୨ ତରିଖରେ ସ୍ଥାନୀୟ ଜାବରା ଅଞ୍ଚଳରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ହେବାର ୨୮ ଦିନ ପରେ ଯାଜପୁର ରୋଡ୍ ଥାନା ରାଉତପୁର ଗାଁ ନଦୀ ପଠାରୁ ତାଙ୍କୁ ପୁଲିସ୍ ଉଦ୍ଧାର କରିଥିଲା। ତା’ପରେ ପୁଲିସ୍‌ ନାବାଳିକାର […]

arrested

arrested

Jitendra Garnayak
  • Published: Wednesday, 19 September 2018
  • Updated: 19 September 2018, 04:46 AM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଝିଆରୀକୁ ଅପହରଣ କରିବା ଅଭିଯୋଗରେ ପିଉସାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ନାଁ ବିଜୟ କୁମାର।

ଗତ ମାସ ୨୨ ତରିଖରେ ସ୍ଥାନୀୟ ଜାବରା ଅଞ୍ଚଳରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ହେବାର ୨୮ ଦିନ ପରେ ଯାଜପୁର ରୋଡ୍ ଥାନା ରାଉତପୁର ଗାଁ ନଦୀ ପଠାରୁ ତାଙ୍କୁ ପୁଲିସ୍ ଉଦ୍ଧାର କରିଥିଲା। ତା’ପରେ ପୁଲିସ୍‌ ନାବାଳିକାର ବୟାନ ରେକର୍ଡ କରିଥିଲା।

ମନ୍ଦ ଉଦ୍ଦେଶ୍ୟ ରଖି ସଂପର୍କୀୟ ପିଉସା ବିଜୟ କୁମାର ତାଙ୍କୁ ଅପହରଣ କରିଥିବା ଜଣାପଡ଼ିଥିଲା। ଏହା ପରେ ପୁଲିସ୍ ତାଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଥିଲା।

ପୁଲିସ୍‌ ନାବାଳିକାଙ୍କର ଡାକ୍ତରୀମାଇନା କରାଇ ଅଧିକ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos