ବିଚ୍‌ ରାସ୍ତାରେ ଏଜେଣ୍ଟଙ୍କୁ କ୍ରିକେଟ ଷ୍ଟମ୍ପରେ ପିଟିଲେ ଦୁର୍ବୃତ୍ତ

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ସହରର ଗାନ୍ଧି ମାର୍ଗରେ ଏକ ଫାଇନାନ୍ସ କମ୍ପାନୀର ଜଣେ  ରିକଭରି ଏଜେଣ୍ଟଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି କିଛି ଦୁର୍ବୃତ୍ତ। ଆଉ ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି। ଗତ ୧ ତାରିଖ ଅପରାହ୍ଣ ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଚାରି ଜଣ ଆକ୍ରମଣକାରୀ ମୁହଁରେ କପଡ଼ା ବାନ୍ଧି କ୍ରିକେଟ୍‌ ଷ୍ଟମ୍ପରେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ନିସ୍ତୁକ ପିଟିଥିଲେ। ଏଜେଣ୍ଟ ଜଣଙ୍କ ଆକ୍ରମଣକାରୀଙ୍କୁ ଯେତେ କାକୁତି […]

augul.jpg000

augul.jpg000

Tapaswini Nayak
  • Published: Saturday, 05 October 2019
  • Updated: 05 October 2019, 03:28 PM IST

Sports

Latest News

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ସହରର ଗାନ୍ଧି ମାର୍ଗରେ ଏକ ଫାଇନାନ୍ସ କମ୍ପାନୀର ଜଣେ  ରିକଭରି ଏଜେଣ୍ଟଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି କିଛି ଦୁର୍ବୃତ୍ତ। ଆଉ ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି।

ଗତ ୧ ତାରିଖ ଅପରାହ୍ଣ ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଚାରି ଜଣ ଆକ୍ରମଣକାରୀ ମୁହଁରେ କପଡ଼ା ବାନ୍ଧି କ୍ରିକେଟ୍‌ ଷ୍ଟମ୍ପରେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ନିସ୍ତୁକ ପିଟିଥିଲେ। ଏଜେଣ୍ଟ ଜଣଙ୍କ ଆକ୍ରମଣକାରୀଙ୍କୁ ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ସେମାନେ ନିର୍ଦ୍ଦୟ ଭାବେ ପିଟି ଚାଲିଥିଲେ। ଏଜେଣ୍ଟ ଜଣଙ୍କ ପ୍ରାଣ ବିକଳରେ ଏକ ଏଦୋକାନରେ ପଶି ଯାଇଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କୁ ସେଠାରୁ ଘୋଷାଡ଼ି ଆଣି ପୁଣି ଆକ୍ରମଣ କରିଥିଲେ। ସର୍ବସାଧାରଣସ୍ଥାନରେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଏପରି ଯୋଜନାବଦ୍ଧ ଆକ୍ରମଣକୁ ଲୋକେ ଦେଖି ଥିଲେ ବି କେହି ପ୍ରତିବାଦ କରି ନ ଥିଲେ।ପୁଲିସ୍ ପ୍ରାୟ ଦୁଇ ଘଣ୍ଟା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଯୁବକଙ୍କୁ ଉଦ୍ଧାର କରିଥିଲା।

ଗତକାଲି ଏନେଇ ଯୁବକ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ବ୍ୟବସାୟିକ ସମ୍ପୃକ୍ତି ନେଇ ଏହି ଆକ୍ରମଣ ହୋଇନାହିଁ। ପ୍ରେମ ବ୍ୟାପରକୁ ନେଇ ଏହି ଆକ୍ରମଣ ହୋଇଥିବା ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos