ପୋଲିସ୍‌ ଚଢ଼ାଉ ବେଳେ ବୃଦ୍ଧଙ୍କ ମୃତ୍ୟୁ ଘଟଣା: ରାଜ୍ୟ ମାନବାଧିକାର କମିଶନ୍‌ରେ ପିଟିସନ୍ ଦାଖଲ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଭଗବତୀପୁର ଗାଁରେ ପୋଲିସ୍‌ର ଚଢ଼ାଉ ବେଳେ  ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ୍ ଦାଖଲ କରିଛନ୍ତି ଜଣେ ମାନବାଧିକାର କର୍ମୀ। ଏଥିରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ  ଟଙ୍କା କ୍ଷତିପୂରଣ ରାଶି ଦେବାକୁ ସେ ଦାବି କରିଛନ୍ତି। ଏହା ସହିତ ଦୋଷୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେ ଦାବି କରିଛନ୍ତି। ଏହି ଘଟଣାରେ କେନ୍ଦ୍ରାପଡ଼ା ଏସପି  […]

police-raid-death

police-raid-death

Rakesh Mallick
  • Published: Friday, 25 March 2016
  • Updated: 25 March 2016, 06:10 AM IST

Sports

Latest News

police-raid-deathକେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଭଗବତୀପୁର ଗାଁରେ ପୋଲିସ୍‌ର ଚଢ଼ାଉ ବେଳେ  ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ୍ ଦାଖଲ କରିଛନ୍ତି ଜଣେ ମାନବାଧିକାର କର୍ମୀ। ଏଥିରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ  ଟଙ୍କା କ୍ଷତିପୂରଣ ରାଶି ଦେବାକୁ ସେ ଦାବି କରିଛନ୍ତି। ଏହା ସହିତ ଦୋଷୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେ ଦାବି କରିଛନ୍ତି।

ଏହି ଘଟଣାରେ କେନ୍ଦ୍ରାପଡ଼ା ଏସପି  ନୀତିନଜିତ୍ ସିଂ ଗତକାଲି ଦୁଇ ଅଭିଯୁକ୍ତ ପୋଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଚଉଦକୁଲାଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ସେନାପତି ଓ କନଷ୍ଟେବଳ ଜୟନ୍ତ ମାହାଳି।

ସୂଚନାଯୋଗ୍ୟ, ଗୁରୁବାର ରାତିରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପୋଇପାଟ ଗାଁକୁ ଦୋଳ ପୂଜା ଦେଖିବାକୁ ବସନ୍ତ ନାୟକଙ୍କ ପୁଅ ପ୍ରୀତିରଞ୍ଜନ ଯାଇଥିଲେ। ପୋଇପାଟ ହେଉଛି ବସନ୍ତଙ୍କର ଶ୍ୱଶୁର ଘର ଗାଁ। ସେଠାରେ ବସନ୍ତଙ୍କର ବେଲତଳ ଗାଁର ରବୀନ୍ଦ୍ର ପ୍ରଧାନ ଓ ନିମାପୁରର ନରେଶ ମହାନ୍ତିଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏହା ପରେ ରାତି ପ୍ରାୟ ସାଢ଼େ ୩ଟା ବେଳେ ରବୀନ୍ଦ୍ର ଓ ନରେଶ ଏକ ଘରୋଇ ଗାଡ଼ିରେ ଚଉଦକୁଲାଟ ଫାଣ୍ଡିର ଏସ୍‌ଆଇ ସତ୍ୟନାରାୟଣ ସେନାପତି ଓ କନଷ୍ଟେବଳ ଜୟନ୍ତ ମାହାଳଙ୍କୁ ଧରି ଭଗବତୀପୁରରେ ପ୍ରୀତିରଞ୍ଜନଙ୍କ ଘରେ ପହଞ୍ଚିଥିଲେ। ପୁଅ ଘରେ ନାହିଁ ବୋଲି ବସନ୍ତ ପୋଲିସ୍ କର୍ମଚାରୀମାନଙ୍କୁ କହିଥିଲେ। ତେବେ ସେମାନେ ତାଙ୍କୁ ଧକ୍କା ଦେଇ ଘର ଭିତରେ ପଶିଥିଲେ। ଧକ୍କା ଖାଇ ବସନ୍ତ ତଳେ ପଡ଼ି ଯାଇଥିଲେ ଓ ସେଇଠି ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ୍ କର୍ମଚାରୀ ଦ୍ୱୟ ବସନ୍ତଙ୍କ ପତ୍ନୀ ଓ ଝିଅଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। ପ୍ରୀତିରଞ୍ଜନ ସେମାନଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି ବୋଲି ରବୀନ୍ଦ୍ର ଓ ନରେଶ କହିଥିଲେ ଓ ଏହା ବାବଦକୁ ୬୦ ହଜାର ଟଙ୍କା ମାଗିଥିଲେ।

ଏହି ଘଟଣା ପରେ ଗୁରୁବାର ଭୋର ପ୍ରାୟ ୫ଟାରୁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ଗାଁ ଲୋକେ ବସନ୍ତଙ୍କ ମୃତଦେହକୁ ରଖି କଟକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ। ଅଭିଯୁକ୍ତ ପୋଲିସ୍ କର୍ମଚାରୀ ଦ୍ୱୟଙ୍କୁ ଗିରଫ କରିବା ସହିତ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ସେମାନେ ଦାବି କରିଥିଲେ। ଏହା ସହିତ ସଂପୃକ୍ତ  ପୋଲିସ୍ କର୍ମଚାରୀ ଦ୍ୱୟଙ୍କ ସହିତ ଆଉ ଦୁଇ ଜଣଙ୍କୁ ଅଟକ ରଖିଥିଲେ। ରାସ୍ତା ଅବରୋଧ ହଟିବା ପରେ ପୋଲିସ୍ ଅଟକ ଚାରି ଜଣଙ୍କୁ ନିଜ ହେପାଜତକୁ ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story