ଶିକାର ପାଇଁ ବସାଇଥିବା ଜାଲରେ ପଡ଼ି ଶିକାରୀଙ୍କ ପ୍ରାଣ ଗଲା

ତେଲକୋଇ (ଚିନ୍ମୟ କୁମାର ସାହୁ): ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ଫାଶ ବସାଇ ବିଦ୍ୟୁତ ସଂଯୋଗ କରିଥିଲେ। ହେଲେ ନିଜେ ବିଛାଇ ଥିବା ଫାଶରେ ନିଜେ ପଡ଼ି ଗଲେ ଓ ଜୀବନ ହରାଇଲେ। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧୀନ ଜେନାଦର ସଂରକ୍ଷିତ ଜଙ୍ଗଲରେ। ମୃତକ ଜଣକ ଜେନାଦର ଗାଁର କାର୍ତ୍ତିକ କିଶାନ।

ସୂଚନା ଅନୁଯାୟୀ, ବନ୍ୟଜନ୍ତୁ ଶିକାର ପାଇଁ କାର୍ତ୍ତିକ ଆଉ କିଛି ଲୋକଙ୍କ ସହିତ ମିଶି ଜେନାଦର ସଂରକ୍ଷିତ ଜଙ୍ଗଲରେ ଫାଶ ବସାଇଥିଲେ। ଜଙ୍ଗଲ ମଧ୍ୟରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସହିତ ଫାଶକୁ ସଂଯୋଗ କରିଥିଲେ। ସନ୍ଧ୍ୟା ବେଳେ ଫାଶରେ ଜନ୍ତୁ ପଡିଛନ୍ତି କି ନାହିଁ ଦେଖିବାକୁ ଯାଇଥିଲେ। କିନ୍ତୁ ଅସାବଧାନତା ଯୋଗୁ ଫାଶର ତାର କାର୍ତ୍ତିକଙ୍କ ଦେହରେ ଲାଗି ଯାଇଥିଲା। ସେ ଗୁରୁତର ଅବସ୍ଥାରେ ତଳେ ପଡ଼ି ଯାଇଥିଲେ।  ପରିବାରଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତେଲକୋଇ ଡାକ୍ତରଖାନା ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ କାର୍ତ୍ତିକଙ୍କୁ  କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।

ଆହୁରି ପଢ଼ନ୍ତୁ

ବିଏମସିର ନିଷ୍ପତ୍ତି ଅଗଣତାନ୍ତ୍ରିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ୯ଟି ବିରୋଧୀ ଦଳର ନେତା

ଓଏଏସ ଅଫିସରସ୍ତରରେ ଅଦଳବଦଳ; କାହାକୁ କଣ ମିଳିଲା ପଢ଼ନ୍ତୁ

ସାଙ୍ଗ ହୋଇ ଚାଲିଗଲେ ଦୁଇ ଭଉଣୀ; କାରଣ ଅସ୍ପଷ୍ଟ

ରଞ୍ଜନଙ୍କୁ ଟାଣି ନେଲା କୁମ୍ଭୀର

ଟିପିଏସ୍‌ଏଲ୍‌ କାରଖାନା ବିସ୍ଫୋରଣ ଘଟଣାରେ ଜଣେ ଶ୍ରମିକ ମୃତ

ସିଡିଏ ସେକ୍ଟର ୯ରୁ ଉଠିଲା କଣ୍ଟେନ୍‌ମେଣ୍ଟ୍‌

କାର୍‌ରେ ପ୍ରେସ୍ ଲେଖି ଡେରା ପକାଇଥିଲେ, ହେଲେ ଫନ୍ଦି ଧରାପଡ଼ିଲା

ଆଜି ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକ

ଘରେ ବସି ଅନ୍‌ଲାଇନରେ ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରଛାତ୍ରୀ

ଭିଜିଲାନ୍ସ ଜାଲରେ ପୌର ପରିଷଦ ନିର୍ବାହୀ ଅଧିକାରୀ

ମାର୍କୋଣା ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍‌

ଆଶାକର୍ମୀଙ୍କ ପାଇଁ ମୋବାଇଲ କିଣାରେ ହୋଇଛି ବ୍ୟାପକ ଦୁର୍ନୀତି: କଂଗ୍ରେସ