୨ ମାସର ଶିଶୁକନ୍ୟାକୁ ବିଷ ପିଆଇ ଦେଲା ବାପା

ଭଞ୍ଜନଗର: ଆଜି ଭଞ୍ଜନଗରରେ ଘଟିଛି ଏକ ଅଭାବନୀୟ ଘଟଣା। ଡିହପାଢ଼ାଳ ଗାଁର ଜଣେ ବ୍ୟକ୍ତି ନିଜ ୨ ମାସରୁ ଶିଶୁକନ୍ୟାକୁ ବିଷ ଦେଇ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଶିଶୁଟିକୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। ଶିଶୁଟିର ବାପା ମାସିକ ବିକାରଗ୍ରସ୍ତ ବୋଲି ସୂଚନା ମିଳିଛି।