ବଗିଚାରେ ଶୌଚ ପାଇଁ ବାରଣ କରିବାରୁ ମାଲିକଙ୍କୁ ହତ୍ୟା

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବଗିଚାରେ ଶୌଚ ପାଇଁ ମନା କରିବାରୁ ମାଲିକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା। ଏଭଳି ଘଟଣା ଘଟିଛି ବୌଦ୍ଧ ଥାନା ଅନ୍ତର୍ଗତ ଖମାରିପଡ଼ା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଏକାଦଶୀ ନାଏକ। ଅଭିଯୁକ୍ତ ନରେନ୍ଦ୍ର ପ୍ରଧାନଙ୍କୁ ପୁଲିସ ଗିରଫ କରିଛି। ଗତକାଲି ସନ୍ଧ୍ୟାରେ ନରେନ୍ଦ୍ର ଏକାଦଶୀଙ୍କ ବଗିଚାକୁ ଶୌଚ ପାଇଁ ଯାଇଥିଲେ। ଏକାଦଶୀ ତାଙ୍କୁ ଶୌଚ କରିବାରୁ ବାରଣ କରିଥିଲେ। ଏହି କଥାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସ୍ଥାନୀୟ […]

DeadBody

DeadBody

Tapaswini Nayak
  • Published: Tuesday, 12 April 2022
  • Updated: 12 April 2022, 02:27 PM IST

Sports

Latest News

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବଗିଚାରେ ଶୌଚ ପାଇଁ ମନା କରିବାରୁ ମାଲିକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା। ଏଭଳି ଘଟଣା ଘଟିଛି ବୌଦ୍ଧ ଥାନା ଅନ୍ତର୍ଗତ ଖମାରିପଡ଼ା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଏକାଦଶୀ ନାଏକ। ଅଭିଯୁକ୍ତ ନରେନ୍ଦ୍ର ପ୍ରଧାନଙ୍କୁ ପୁଲିସ ଗିରଫ କରିଛି।

ଗତକାଲି ସନ୍ଧ୍ୟାରେ ନରେନ୍ଦ୍ର ଏକାଦଶୀଙ୍କ ବଗିଚାକୁ ଶୌଚ ପାଇଁ ଯାଇଥିଲେ। ଏକାଦଶୀ ତାଙ୍କୁ ଶୌଚ କରିବାରୁ ବାରଣ କରିଥିଲେ। ଏହି କଥାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସ୍ଥାନୀୟ ଲୋକେ ସେଠାକୁ ଯାଇ ଉଭୟଙ୍କୁ ବୁଝାସୁଝା କରିବା ସହିତ ନିଜ ଘରକୁ ପଠାଇ ଦେଇଥିଲେ।

ରାତିରେ ଏକାଦଶୀ ଖାଇ ସାରି ଗାଁ ମଣ୍ଡପରେ ଶୋଇଥିଲେ। ବିଳମ୍ବିତ ରାତିରେ ହଠାତ୍ ନରେନ୍ଦ୍ର ଏକ ଟାଙ୍ଗିଆ ଆଣି ଏକାଦଶୀଙ୍କୁ ଆକ୍ରମଣ କରିଥିଲେ।  ଘଟଣାସ୍ଥଳରେ ଏକାଦଶୀଙ୍କର ମୃତ୍ୟୁ ଘଟିଥିଲା।  ଖବର ପାଇ ବୌଦ୍ଧ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos