ଗଞ୍ଜାମର ଓଳମ୍ୱା ହତ୍ୟାକାଣ୍ଡ ଘଟଣାରେ ଜଣେ ଗିରଫ

murderଆସିକା: ଗଞ୍ଜାମ ଜିଲ୍ଲା ଓଳମ୍ୱା ଗାଁରେ ଗତକାଲି ରାତିରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ କଟା ମୁଣ୍ଡ ଧରି ଥାନାକୁ ଆତ୍ମସମର୍ପଣ କରିବାକୁ ଯାଉଥିବା ବେଳେ ପୋଲିସ୍ ତାକୁ ଗିରଫ କରିଥିଲା। ଏହା ଏକ ରାଜନୈତିକି ହତ୍ୟାକାଣ୍ଡ ବୋଲି କୁହାଯାଉଛି।

ଗତକାଲି ରାତିରେ ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ଓଳମ୍ବା ଗାଁରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ସେହି ଗାଁର ପାଣ୍ଡବ ନାୟକ ବୋଲି ଜଣାପଡ଼ିଥିଲା। ସୂଚନା ଅନୁଯାୟୀ, ପାଣ୍ଡବଙ୍କୁ ଗତକାଲି ରାତିରେ କିଛି  ଲୋକେ ଘରୁ ଡାକି ନେଇଥିଲେ। ହେଲେ କିଛି ଘଣ୍ଟା ପରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ  ଖୋଜାଖୋଜି କରୁଥିବା ବେଳେ ଖବରପାଇ ମୃତଦେହ ଚିହ୍ନଟ କରିଥିଲେ। ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ୱର ୧୬ ତାରିଖରେ ଛତ୍ରପୁର ବିଜେଡିର ଯୁବନେତା ତଥା କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଦୁର୍ବୃତ୍ତମାନେ ଘର ସାମ୍ନାରେ ଲକ୍ଷ୍ମୀଦତ୍ତଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ। କଲେଜ ନିର୍ବାଚନ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କୁହାଯାଉଛି।