ଜମିଜମା ବିବାଦରୁ ଯୁବକଙ୍କୁ ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲାରେ ଜମିଜମା ବିବାଦରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଜେନାପୁର ପାଇକରାପୁରର କାଳିନ୍ଦୀ ମଲ୍ଲିକ।  ଜେନାପୁର ପୋଲିସ  ଘଟଣାର ତଦନ୍ତ କରୁଛି।

ଘରୋଇ ଜମି ବିବାଦ ନେଇ କାଳନ୍ଦୀ ଓ ତାଙ୍କ ଦାଦାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।  ସଂଘବଦ୍ଧ ଭାବେ କାଳନ୍ଦୀଙ୍କୁ ଆକ୍ରମଣ କରାଯାଇଥିବା ବେଳେ ତାଙ୍କ ମୁଣ୍ଡକୁ ପିଟି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।  ପୂର୍ବରୁ ଏକ ହତ୍ୟା ମାମଲାରେ କାଳନ୍ଦୀ ଜେଲ ଯାଇଥିଲେ।