ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ବିଭିନ୍ନ ସମୟରେ ଦିନ ଆଲୁଅରେ ଅପରାଧୀମାନେ ଅପରାଧ କରୁଥିବା ସାହାସ କରୁଥିବାରୁ ପୋଲିସ ଉପରୁ ସେମାନଙ୍କର ଡର ତୁଟିଯାଇଥିବା ଅନୁମାନ କରାଯାଉଛି। ଆଜି ଜିଲ୍ଲାର ପ୍ରମୁଖ ଛକ ଚନ୍ଦନପୁର ଅଞ୍ଚଳରେ ପୁଣି ଏପରି ଏକ ଘଟଣା ଘଟିଛି। ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଦେଇଛନ୍ତି ୪ ଦୁର୍ବୃତ୍ତ। ଚନ୍ଦନପୁର ଥାନା ଜଗନ୍ନାଥବଲ୍ଲଭ ରାସ୍ତାରେ ଘଟିଛି ଏହି ହତ୍ୟାକାଣ୍ଡ। ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ହାଣିଥିବା ନେଇ ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ହରେକୃଷ୍ଣପୁର ଗୋଲାସାହିର ଅର୍ଜୁନ ବରାଳ। ପୂର୍ବ ଶତ୍ରୁତାକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ୍ର ତଦନ୍ତ ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।