ଡେପୁଟି ଡ୍ରଗ୍ସ କଣ୍ଟ୍ରୋଲରର ପରିଚୟ ଦେଇ ଲୁଟି ନେଲେ

ଉମରକୋଟ( ଓଡ଼ିଶା ରିପୋର୍ଟର): ନିଜକୁ ଡେପୁଟି ଡ୍ରଗ୍ସ କଣ୍ଟ୍ରୋଲର ବୋଲି ପରିଚୟ ଦେଇ ଏକ ହୋମିଓ କ୍ଲିନିକ ମାଲିକଠାରୁ ଲକ୍ଷେ ଟଙ୍କା ଲୁଟି ନେଲେ ଜଣେ ବ୍ୟକ୍ତି। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥିବା ନିରାମୟା ହୋମିଓ କ୍ଲିନିକରୁ। ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଜଣେ ବ୍ୟକ୍ତି ହଠାତ୍ ଏକ ନିରାମୟା ହୋମିଓ କ୍ଲିନିକରେ ପହଞ୍ଚିଥିଲେ। ସେ ନିଜକୁ ଭୁବନେଶ୍ୱରର ଡ୍ରଗ୍ସ କଣ୍ଟ୍ରୋଲର ଭାବେ ପରିଚୟ ଦେଇଥିଲେ। ପରେ କ୍ଲିନିକରେ […]

docter0000

docter0000

Tapaswini Nayak
  • Published: Saturday, 16 November 2019
  • Updated: 16 November 2019, 12:32 PM IST

ଉମରକୋଟ( ଓଡ଼ିଶା ରିପୋର୍ଟର): ନିଜକୁ ଡେପୁଟି ଡ୍ରଗ୍ସ କଣ୍ଟ୍ରୋଲର ବୋଲି ପରିଚୟ ଦେଇ ଏକ ହୋମିଓ କ୍ଲିନିକ ମାଲିକଠାରୁ ଲକ୍ଷେ ଟଙ୍କା ଲୁଟି ନେଲେ ଜଣେ ବ୍ୟକ୍ତି। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥିବା ନିରାମୟା ହୋମିଓ କ୍ଲିନିକରୁ।

ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଜଣେ ବ୍ୟକ୍ତି ହଠାତ୍ ଏକ ନିରାମୟା ହୋମିଓ କ୍ଲିନିକରେ ପହଞ୍ଚିଥିଲେ। ସେ ନିଜକୁ ଭୁବନେଶ୍ୱରର ଡ୍ରଗ୍ସ କଣ୍ଟ୍ରୋଲର ଭାବେ ପରିଚୟ ଦେଇଥିଲେ। ପରେ କ୍ଲିନିକରେ ବହୁ ଅନିୟମିତତା ହେଉଥିବା ଦର୍ଶାଇ ୫ ଲକ୍ଷ ଟଙ୍କା ଫାଇନ୍ କରିଥିଲେ। ଏହାସହ କ୍ଲିନିକ ମାଲିକ ଡାକ୍ତର ପଞ୍ଚାନନ ମିଶ୍ରଙ୍କୁ ଧମକଚମକ ଦେଇଥିଲେ। ପରେ କ୍ଲିନିକ ମାଲିକଙ୍କଠାରୁ ଲକ୍ଷେ ଟଙ୍କା ନେଇ ସେଠାରୁ ପଳାଇ ଯାଇଥିଲେ। ଠକ ଡ୍ରଗ୍ସ ଅଫିସରଙ୍କ କଳା କାରନାମା କ୍ଲିନିକରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏନେଇ କ୍ଲିନିକ ମାଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos