ଭରତଙ୍କ ସନ୍ଦେହଜନକ ମୃତ୍ୟୁ

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗୁଳିଆ ମାଧବ ଗାଁରେ ଗତରାତିରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ନାଁ ଭରତ ଦାସ। ଭରତଙ୍କ ବୟସ ୩୦ବର୍ଷ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି କଥାକୁ ଭରତ ସହ ତାଙ୍କ ସ୍ତ୍ରୀର ପାଟିତୁଣ୍ଡ ହୋଇଥିଲା। କିଛି ନଖାଇ ସେ ଉପାସରେ ଶୋଇଥିଲେ। ଆଜି ସକାଳେ ଭରତଙ୍କୁ ତାଙ୍କ ସ୍ତ୍ରୀ ଡାକିଥିଲେ, ହେଲେ ସେ ଆଉ ଉଠି ନଥିଲେ। […]

soro0

soro0

Tapaswini Nayak
  • Published: Monday, 23 December 2019
  • Updated: 23 December 2019, 03:40 PM IST

Sports

Latest News

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗୁଳିଆ ମାଧବ ଗାଁରେ ଗତରାତିରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ନାଁ ଭରତ ଦାସ। ଭରତଙ୍କ ବୟସ ୩୦ବର୍ଷ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି କଥାକୁ ଭରତ ସହ ତାଙ୍କ ସ୍ତ୍ରୀର ପାଟିତୁଣ୍ଡ ହୋଇଥିଲା। କିଛି ନଖାଇ ସେ ଉପାସରେ ଶୋଇଥିଲେ। ଆଜି ସକାଳେ ଭରତଙ୍କୁ ତାଙ୍କ ସ୍ତ୍ରୀ ଡାକିଥିଲେ, ହେଲେ ସେ ଆଉ ଉଠି ନଥିଲେ। ଏନେଇ ଭାରତଙ୍କ ସ୍ତ୍ରୀ ନିଜ ଶାଶୁଙ୍କୁ ଜଣାଇଥିଲେ। ତାଙ୍କୁ ଶାଶୁ ଆସି ଦେଖିଲା ବେଳକୁ ଭରତଙ୍କ ମୃତ୍ୟୁ ଘଟିଥିଲା।

ଭରତଙ୍କର ମଦ ପିଇ ମୃତ୍ୟୁ ଘଟିଥାଇପାରେ  ନ ହେଲେ ତାଙ୍କୁ କିଏ ମାରି ଦେଇଛି ବୋଲି ଭରତଙ୍କ ସ୍ତ୍ରୀ ତୁଳସୀ ଦାସ କହିଛନ୍ତି। ଖଇରା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos