ସାନଭାଇ ଓ ଭାଇ ବୋହୂଙ୍କୁ ଦଉଡ଼ିରେ ବାନ୍ଧି ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଲେ ବଡ଼ଭାଇ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ରାମକଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇ ଓ ଭାଇ ବୋହୂକୁ ଦଉଡ଼ିରେ ବାନ୍ଧି ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଛି ବଡ଼ ଭାଇ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଗାଁର ବିଜୟ ବେହେରା ଓ ତାଙ୍କ ସାନ ଭାଇ ଅଜୟ ବେହେରାଙ୍କ ମଧ୍ୟରେ ଗତ କିଛିଦିନ ଧରି ବିବାଦ ଲାଗି ରହିଥିଲା। ଆଜି ସକାଳେ ବଡ […]

kkkkmmmmmmmmmmmmmm

kkkkmmmmmmmmmmmmmm

Tapaswini Nayak
  • Published: Friday, 07 June 2019
  • Updated: 07 June 2019, 04:35 PM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ରାମକଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇ ଓ ଭାଇ ବୋହୂକୁ ଦଉଡ଼ିରେ ବାନ୍ଧି ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଛି ବଡ଼ ଭାଇ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି।

ଅଭିଯୋଗ ଅନୁସାରେ, ଗାଁର ବିଜୟ ବେହେରା ଓ ତାଙ୍କ ସାନ ଭାଇ ଅଜୟ ବେହେରାଙ୍କ ମଧ୍ୟରେ ଗତ କିଛିଦିନ ଧରି ବିବାଦ ଲାଗି ରହିଥିଲା। ଆଜି ସକାଳେ ବଡ ଭାଇ ବିଜୟ ନୂଆଘର ତିଆରି କରୁଥିବା ସମୟରେ ସାନ ଭାଇ ଅଜୟ ଏହାକୁ ବିରୋଧ କରିଥିଲେ। ଏହାସହ ବାପାଙ୍କୁ ଅକ୍ରମଣ କରିଥିଲେ। ଏହି କଥାକୁ ନେଇ ବଡ଼ ଭାଇ ବିଜୟ ଉତ୍ତ୍ୟକ୍ତ ହୋଇ ଗାଁ ଦାଣ୍ଡରେ ସାନ ଭାଇ ଓ ତାଙ୍କ ପତ୍ନୀକୁ ରଶିରେ ବାନ୍ଧି ବାଡ଼େଇଥିବା ଅଭିଯୋଗ ହୋଇଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରିଥିଲା। ଏବେ ବଡ଼ଭାଇ ଓ ତାଙ୍କ ପୁଅଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos