ଓଡ଼ିଶାରେ କର୍ଣ୍ଣାଟକ ସ୍ଥିତି ଉପୁଜିଲେ, ବିଜେଡି ସହ ହାତ ମିଳାଇବ କି କଂଗ୍ରେସ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସଧାରଣ ନିର୍ବାଚନରେ ଓଡ଼ିଶାରେ କର୍ଣ୍ଣାଟକ ଭଳି ତ୍ରିଶଙ୍କୁ ଅବସ୍ଥା ସୃଷ୍ଟି ହେଲେ କ’ଣ ହେବ ରାଜନୈତିକ ସମ୍ଭାବନା? କେଉଁ ଦଳ କାହା ସହିତ ହାତ ମିଳାଇବ? ଏନେଇ ଏବେଠୁ ଅଙ୍କ କଷିଲେଣି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ଜାତୀୟ ଗଣମଧ୍ୟମକୁ ସାକ୍ଷାତକାର ଦେଇ ଭକ୍ତ କହିଛନ୍ତି, ସେଭଳି ସ୍ଥିତିରେ କଂଗ୍ରେସ-ବିଜେଡି ମଧ୍ୟରେ ମେଣ୍ଟ ସମ୍ଭାବନା ଯଥେଷ୍ଟ ଅଧିକ। ଧର୍ମ ନିରପେକ୍ଷ ଦଳ ଭାବେ ବିଜେଡି, ବିଜେପି ସହ ନୁହେଁ କଂଗ୍ରେସ […]

manta with congress and bjd

manta with congress and bjd

Rakesh Mallick
  • Published: Friday, 18 May 2018
  • Updated: 18 May 2018, 08:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସଧାରଣ ନିର୍ବାଚନରେ ଓଡ଼ିଶାରେ କର୍ଣ୍ଣାଟକ ଭଳି ତ୍ରିଶଙ୍କୁ ଅବସ୍ଥା ସୃଷ୍ଟି ହେଲେ କ’ଣ ହେବ ରାଜନୈତିକ ସମ୍ଭାବନା? କେଉଁ ଦଳ କାହା ସହିତ ହାତ ମିଳାଇବ? ଏନେଇ ଏବେଠୁ ଅଙ୍କ କଷିଲେଣି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ଜାତୀୟ ଗଣମଧ୍ୟମକୁ ସାକ୍ଷାତକାର ଦେଇ ଭକ୍ତ କହିଛନ୍ତି, ସେଭଳି ସ୍ଥିତିରେ କଂଗ୍ରେସ-ବିଜେଡି ମଧ୍ୟରେ ମେଣ୍ଟ ସମ୍ଭାବନା ଯଥେଷ୍ଟ ଅଧିକ। ଧର୍ମ ନିରପେକ୍ଷ ଦଳ ଭାବେ ବିଜେଡି, ବିଜେପି ସହ ନୁହେଁ କଂଗ୍ରେସ ସହିତ ଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଭକ୍ତ। ଆଉ ପାଦେ ଆଗକୁ ଯାଇ ସେ କହିଛନ୍ତି, କଂଗ୍ରେସ ଯଦି ୫୦ରୁ ଅଧିକ ସିଟ୍  ଜିତିବାରେ ସଫଳ ହୁଏ ତେବେ ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ। ତେବେ ଭକ୍ତ ଆଜି କିନ୍ତୁ ନିଜ କଥାକୁ ସାମାନ୍ୟ ବୁଲାଇଛନ୍ତି। ଏପଟେ ବିଜେଡି ଓ ବିଜେପି ନେତା ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

କଂଗ୍ରେସ ଅଛୁଆଁ ନୁହେଁ ବୋଲି ପୂର୍ବରୁ ସାଂସଦ ଭର୍ତ୍ତୃହରି ମହତାବ ମତ ଦେଇଥିଲେ। ତେବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏଭଳି ସମ୍ଭାବନାକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଦଳ କଂଗ୍ରେସ ଓ ବିଜେପିଠାରୁ ଦଳର ସମଦୂରତା ନୀତିରେ କୌଣସି ପରିବର୍ତ୍ତନ ହୋଇନଥିବା କହିଥିଲେ। ତେବେ ପରିବର୍ତ୍ତିତ ପରିସ୍ଥିତିରେ କେଉଁ ପାଣି କୁଆଡେ ଯାଉଛି ତା ଦେଖିବାର କଥା।

କିଏ କ’ଣ କହୁଛନ୍ତି

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି-“କଂଗ୍ରେସ ଓ ବିଜେପିର ମନୋଭାବ ଉପରେ ବିଜେଡି ସତର୍କ ନଜର ରଖିଛି। ନିର୍ବାଚନ ସମୟରେ ଏନେଇ ନିଷ୍ପତ୍ତି ନିଆଯିବ।”

ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି-“କଂଗ୍ରେସ ଓ ବିଜେଡି ଭିତରେ ସିଧାସଳଖ ସମ୍ପର୍କ ରହିଥିଲା। ଏହାକୁ ଆଜି କଂଗ୍ରେସର ପ୍ରଚାର ପ୍ରସାର ଦାୟିତ୍ୱରେ ଥିବା ବ୍ୟକ୍ତି ଅଫିସିଆଲ୍‌ ଘୋଷଣା କରିଦେଲେ। ୨୦୧୯ରେ ବିଜେପିରେ ଅଧିକ ବିଧାୟକ ଜିତିବ, ତାହା କଂଗ୍ରେସ ସ୍ପଷ୍ଟ କରିଦେଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos