ମାଓ ଦମନ ପ୍ରୟାସ: ମାଲକାନଗିରିରେ ଡିଜିଙ୍କ ସମୀକ୍ଷା ବୈଠକ

dgମାଲକାନଗିରି: ମାଲକାନଗିରିରେ ମାଓ ଦମନ ନେଇ ପ୍ରୟାସ ଜାରି ରହିଛି । ଗତକାଲି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଆଜି ଡିଜି ସଞ୍ଜୀବ ମାରିକ ମାଲକାନଗିରି ଗସ୍ତ କରିଛନ୍ତି । ତାଙ୍କ ସହ ଗୁଇନ୍ଦା ବିଭାଗ ଆଇଜି ଡିଏସ୍ କୁଟ୍ଟେ ମଧ୍ୟ ଯାଇଛନ୍ତି। ଉଭୟ ଏମଭି-୩ରେ ବିଏସ୍ଏଫ୍ କ୍ୟାମ୍ପକୁ ଯାଇ ମାଓ ଦମନ ଅଭିଯାନ ସମ୍ପର୍କରେ ସମୀକ୍ଷା କରୁଛନ୍ତି। ଏହି ସମୀକ୍ଷା ବୈଠକରେ ବିଏସ୍ଏଫ୍, କୋବ୍ରା ଓ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଯେପରି ମାଓ ଦମନ ଅପରେସନକୁ ଜୋରଦାର କରାଯିବ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି ଡିଜି ମାରିକ । ସମୀକ୍ଷା ବୈଠକ ପରେ ଏସପିଙ୍କ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀକୁ ଡିଜି ମାରିକ ସମ୍ୱୋଧନ କରିବାର କାର୍ଯ୍ୟକ୍ରମ ରହିଛି।