ମାଲକାନଗିରି: ମାଓ ଦୁର୍ଗରେ ଉଡ଼ିଲା ତ୍ରିରଙ୍ଗା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଓ ଦୁର୍ଗ ଭାବେ ପରିଚିତ ସଲିମ ଅଞ୍ଚଳରେ ଦୀର୍ଘବର୍ଷ ପରେ ତ୍ରିରଙ୍ଗା ଉଡିଛି। ବର୍ଷ ବର୍ଷ ଧରି ଏଠାରେ କଳାପତାକା ଉଡ଼ା ଯାଉଥିଲା। ପୋଲିସ୍ ନିକଟରେ ଆତ୍ମସମର୍ପଣ ପରେ ମାଓବାଦୀମାନେ ତ୍ରିରଙ୍ଗା ଉଡ଼ାଇ ନିଜର ସ୍ୱାଧୀନତା ପ୍ରକାଶ କରିଛନ୍ତି। ତ୍ରିରଙ୍ଗା ପତାକା ଉଡ଼ାଇ ମାଓବାଦୀମାନେ ବିକାଶର ମୁଖ୍ୟ ତ୍ସୋତକୁ ଫେରି ଆସିଛନ୍ତି।

ଏହି ଅବସରରେ ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀମାନେ ନାଚ ଗୀତ ସହ ଧୁମଧାମରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ଏହି ଉତ୍ସବରେ ପୋଲିସ ବାହିନୀର ଯବାନମାନେ ସାମିଲ ହୋଇଥିଲେ।

ମାଓବାଦୀଙ୍କ ନିର୍ଦ୍ଦେଶକ୍ରମେ ପ୍ରତିବର୍ଷ ସ୍ଥାନୀୟ ଲୋକେ ଜାତୀୟ ପତାକା ବଦଳରେ କଳାପତାକା ଉଡ଼ାଉଥିଲେ। ଚଳିତବର୍ଷ ସ୍ୱାଧୀନତା ଦିବସ ପାଳନ କରି ଖୁସି ଅନୁଭବ କରୁଛୁ, ପ୍ରତିବର୍ଷ ଏଭଳି ଉତ୍ସବ ପାଳନ କରିବୁ ବୋଲି ଅଞ୍ଚଳବାସୀ କହିଛନ୍ତି।