ମାଲକାନଗିରି ସୀମାନ୍ତରେ ଗୁଳି ବିନିମୟ, ୪ ମାଓବାଦୀ ମୃତ

maoମାଲକାନଗିରି: ଛତିଶଗଡ଼ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ଗାଙ୍ଗଲୁର ଜଙ୍ଗଲରେ ସୁରକ୍ଷାକର୍ମୀ- ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୪ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହାସହ ଘଟଣା ସ୍ଥଳରୁ ସୁରକ୍ଷାକର୍ମୀମାନେ ୪ଟି ବନ୍ଧୁକ ସହ ବହୁ ପରିମାଣରେ ବିସ୍ଫୋରକ ଜବତ କରିଛନ୍ତି। ଘଟଣା ପରେ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରିଦିଆଯାଇଛି।