ମାଓନେତା ସବ୍ୟସାଚୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର: ମାଓନେତା ସବ୍ୟସାଚୀ ପଣ୍ଡା ଅସୁସ୍ଥ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିଭିନ୍ନ ଦାବି ପୂରଣ ନେଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ସେ ଗତ ୧୩ ଦିନ ହେଲା ଅନଶନରେ ବସିଥିଲେ। ଆଜି ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନା ଆସିବାକୁ ସେ ପ୍ରଥମେ ମନା କରି ଦେଇଥିଲେ। ତେବେ ଜେଲ୍ କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ବୁଝାସୁଝା କରାଯିବା ପରେ ସେ ଡାକ୍ତରଖାନା ଆସିବାକୁ ରାଜି ହୋଇଥିଲେ। ତାଙ୍କ ନାଁରେ ରୁଜୁ କରାଯାଇଥିବା ମିଛ ମାମଲା ବନ୍ଦ କରିବା ସହିତ ୪ ଦଫା ଦାବିରେ ସବ୍ୟସାଚୀ ଅନଶନ ଚଳାଇଛନ୍ତି ବୋଲି ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି।