ପୋଲିସ୍‌ ଏନକାଉଣ୍ଟରକୁ ବିରୋଧ: ରାସ୍ତା ଅବରୋଧ କଲେ ମାଓବାଦୀ

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା କୋଟଗଡ଼ ରଢିଗୁମାଡ଼ାରେ ମାଓବାଦୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ କୋଟଗଡ଼ ଏବଂ ମୁନିଗୁଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ବାଂଶଧାରା ଘୁମୁସର ଏବଂ ନାଗାବଳି ଡିଭିଜନ୍ ପକ୍ଷରୁ ଏହି ରାସ୍ତା ଅବରୋଧ କରାଯାଇଛି। ଏହାସହିତ ମାଓବାଦୀଙ୍କ ପକ୍ଷରୁ ଏକ ପୋଷ୍ଟର ବି ଲଗାଯାଇଛି। କନ୍ଧମାଳର ସୁଡ୍ରୁକୁମ୍ପା ଏବଂ ବଲାଙ୍ଗିର ବରକାମାଲରେ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀଙ୍କ ରକ୍ତ କେବେ ବି ବ୍ୟର୍ଥ ଯିବନି ବୋଲି ପୋଷ୍ଟରରେ ଲେଖାଯାଇଛି। ଏହାସହ […]

rourkela

rourkela

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 09:59 AM IST

Sports

Latest News

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା କୋଟଗଡ଼ ରଢିଗୁମାଡ଼ାରେ ମାଓବାଦୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ କୋଟଗଡ଼ ଏବଂ ମୁନିଗୁଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ବାଂଶଧାରା ଘୁମୁସର ଏବଂ ନାଗାବଳି ଡିଭିଜନ୍ ପକ୍ଷରୁ ଏହି ରାସ୍ତା ଅବରୋଧ କରାଯାଇଛି। ଏହାସହିତ ମାଓବାଦୀଙ୍କ ପକ୍ଷରୁ ଏକ ପୋଷ୍ଟର ବି ଲଗାଯାଇଛି।

କନ୍ଧମାଳର ସୁଡ୍ରୁକୁମ୍ପା ଏବଂ ବଲାଙ୍ଗିର ବରକାମାଲରେ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀଙ୍କ ରକ୍ତ କେବେ ବି ବ୍ୟର୍ଥ ଯିବନି ବୋଲି ପୋଷ୍ଟରରେ ଲେଖାଯାଇଛି। ଏହାସହ ପୋଲିସର ଦମନଲୀଳାକୁ ନିନ୍ଦା କରାଯିବା ସହ ସହ ନବୀନ ଏବଂ ମୋଦି ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ତୀବ୍ର କରନ୍ତୁ ବୋଲି  ପୋଷ୍ଟରରେ ଉଲ୍ଲେଖ ରହିଛି। କୋଟଗଡ଼ ପୋଲିସ୍  ଘଟଣାର ତଦନ୍ତ କରୁଛି। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos