ମାଓବାଦୀ ଭୟ: କାନାଗୁଡା ଗ୍ରାମ ଛାଡିଲେ ୪୦ ପରିବାର

ମାଲକାନଗିରି: ମାଓବାଦୀ ଭୟରେ ଆଜି ମାଲକନଗିରି ଜିଲ୍ଲା କାଲିମେଳା ଥାନା ନିକଟ କାନାଗୁଡା ଗ୍ରାମର ୪୦ ପରିବାର ଗାଁ ଛାଡି ଚାଲିଯାଇଛନ୍ତି । ଗତ ଅକ୍ଟୋବର ୧୫ ତାରିଖରେ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଅଞ୍ଚଳର ଦୁଇଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏହି ଘଟଣା ପରେ ମାଓବାଦୀଙ୍କ ଉପଦ୍ରବ ଅଞ୍ଚଳରେ ବଢି ଯାଇଛି । କିଛିଦିନ ହେବ ମାଓବାଦୀମାନେ ଗାଁକୁ ଆସି ଗ୍ରାମବାସୀଙ୍କୁ ମାରିଧର କରିବା ସହ ହତ୍ୟା ଧମକ ଦେଉଛନ୍ତି । ଏପରିସ୍ଥିତିରେ ଗ୍ରାମବାସୀ ନିଜ ଆସବାବପତ୍ର ସହ ଗୃହପାଳିତ ପ୍ରାଣୀଙ୍କୁ ଧରି ଗାଁ ଛାଡି ଦେଇଛନ୍ତି।