ମାଓ ସହଯୋଗୀ ସନ୍ତୋଷ ମାଝି ଗିରଫ

ନୟାଗଡ଼: ନୟାଗଡ଼ ପୋଲିସ୍ ଜଣେ ମାଓ ସହଯୋଗୀଙ୍କୁ ଗିରଫ କରିଛି। ତା’ ନାଁ ସନ୍ତୋଷ ମାଝି। ତା’ ଘର ଗଣିଆ ଥାନା ଅନ୍ତର୍ଗତ ଶଗଡ଼ଭଙ୍ଗା ଗାଁରେ। ତାକୁ ସେନେପେରି ଜଙ୍ଗଲରୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ନୟାଗଡ଼ ଏସ୍‌ପି । ସନ୍ତୋଷକୁ ଗିରଫ କରାଯିବା ସହ ଜଙ୍ଗଲରୁ କିଛି ଔଷଧ ଓ ବ୍ୟାନର ଜବତ କରାଯାଇଛି।

ଗିରଫ ମାଓ ସହଯୋଗୀ ଛାମୁଣ୍ଡିଆ ବିଟ୍ ହାଉସ୍ ପୋଡ଼ି ଘଟଣାରେ ସଂପୃକ୍ତ ଥିଲେ ବୋଲି ଜଣାପଡ଼ିଛି।