ରାସ୍ତା ଉପରେ ମିନି ଟ୍ରକ୍‌କୁ ଜାଳିଦେଲେ ମାଓବାଦୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମାରେ ଲାଲ ଆତଙ୍କ। ଶୁକ୍ରବାର ବିଳମ୍ବିତ ରାତିରେ ରାସ୍ତା ଉପରେ ଏକ ମିନି ଟ୍ରକକୁ ଜାଳି ଦେଇଛନ୍ତି ମାଓବାଦୀ। ଗତକାଲି ମାଓବାଦୀମାନେ ଭାରତ ବନ୍ଦ ଡାକରା ଦେଇଥିଲେ। ସୁକୁମା ଅଞ୍ଚଳରେ ଅନେକ ସ୍ଥାନରେ ପୋଷ୍ଟର ମାରି ବନ୍ଦ ପାଳନ ଲାଗି ଆହ୍ୱନ କରିଥିଲେ । ସେହିପରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓ ପୋଷ୍ଟର ଲାଗିଛି।  ନୂଆଗୁଡ଼ା ଓ ପାପୁଲର ଆଦି ପଞ୍ଚାୟତରେ ମାଓ ପୋଷ୍ଟର ଲାଗିଥିବାରୁ ସ୍ଥାନୀୟ ଅଞ୍ଚଳରେ […]

rtt

rtt

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 01:58 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମାରେ ଲାଲ ଆତଙ୍କ। ଶୁକ୍ରବାର ବିଳମ୍ବିତ ରାତିରେ ରାସ୍ତା ଉପରେ ଏକ ମିନି ଟ୍ରକକୁ ଜାଳି ଦେଇଛନ୍ତି ମାଓବାଦୀ। ଗତକାଲି ମାଓବାଦୀମାନେ ଭାରତ ବନ୍ଦ ଡାକରା ଦେଇଥିଲେ। ସୁକୁମା ଅଞ୍ଚଳରେ ଅନେକ ସ୍ଥାନରେ ପୋଷ୍ଟର ମାରି ବନ୍ଦ ପାଳନ ଲାଗି ଆହ୍ୱନ କରିଥିଲେ ।

ସେହିପରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓ ପୋଷ୍ଟର ଲାଗିଛି।  ନୂଆଗୁଡ଼ା ଓ ପାପୁଲର ଆଦି ପଞ୍ଚାୟତରେ ମାଓ ପୋଷ୍ଟର ଲାଗିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। କାର୍ଲମାର୍କ୍ସଙ୍କ ୨୦୦ତମ ଜନ୍ମ ଦିବସ ପାଳନ ଲାଗି ପୋଷ୍ଟରରେ ଅହ୍ୱାନ ଦିଆଯାଇଛି। ପୋଷ୍ଟରରେ ସିପିଆଇ ମାଓବାଦୀ ବୋଲି ଉଲ୍ଲେଖ ରହିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos