ଏନ୍‌କାଉଣ୍ଟରେ ମୃତ ମାଓବାଦୀଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଚିତ୍ରକୋଣ୍ଡା କପାତୁଟି ଜଙ୍ଗଲରେ ପୋଲିସ୍-ମାଓବାଦୀ ଗୁଳିବିନିମୟରେ ମୃତ୍ୟୁ ଘଟିଥିବା ମାଓବାଦୀ  ଚିନ୍ନାବାଈର ମୃତଦେହକୁ ତାଙ୍କ ପରିବାରବର୍ଗକୁ ପୋଲିସ୍ ହସ୍ତାନ୍ତର କରିଛି। ଚିନ୍ନାବାଈଙ୍କ ମୃତଦେହକୁ ତାଙ୍କ ଭାଇ ଓ ପୁତୁରା ଆନ୍ଧ୍ରପ୍ରଦେଶର ଗୁଣ୍ଡୁମୁଲୁରୁ ଆସି ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ  ପୋଲିସ୍‌ ଏନ୍‌କାଉଣ୍ଟରେ ଚିନ୍ନାବାଈଙ୍କ ମୃତ୍ୟୁ ଘଟିଥିଲା। ଏହାସହିତ ପୋଲିସ୍ ବହୁ ମାଓ ସାମଗ୍ରୀ ଜବତ କରିଛି।