ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କଲେ ନକ୍ସଲ

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ନକ୍ସଲଙ୍କ ବର୍ବରକାଣ୍ଡ। ଘରକୁ ଡାକି ଜଣେ ଯୁବକଙ୍କୁ ନକ୍ସଲ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ। ଉକ୍ତ ଯୁବକଙ୍କ ନାଁ ଅନନ୍ତରାମ ରାଉତ।

ଗତକାଲି ରାତିରେ ଢେକୁନପାନି ଗାଁକୁ କିଛି ନକ୍ସଲ ଆସି ଅନନ୍ତରାମଙ୍କୁ ଘରୁ ଡାକି ନେଇ ଯାଇଥିଲେ। ଆଜି ସକାଳେ ଯୁବକଙ୍କ ମୃତଦେହ ଗାଁ ମୁଣ୍ଡରେ ରକ୍ତଯୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ।  ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏହାସହ ଘଟଣାର ତଦନ୍ତ କରୁଛି।  ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଯୁବକଙ୍କୁ ହତ୍ୟା କରିଥିବା ଜଣାଯାଇଛି।  ଅନନ୍ତରାମଙ୍କ ମୃତଦେହ ନିକଟରେ ନକ୍ସଲ ପୋଷ୍ଟର  ପଡ଼ିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।