ମାର୍ଚ୍ଚ ମାସ ଆରମ୍ଭରୁ ଅସହ୍ୟ ତାତି, ରାଜଧାନୀର ପାରଦ ୩୮ ଡିଗ୍ରୀ

ଭୁବନେଶ୍ୱର: ମାର୍ଚ୍ଚ ମାସ ଆରମ୍ଭରୁ ଅସହ୍ୟ ତାତି ହେଲାଣି। ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ର ୩୮ ଡିଗ୍ରୀ ରହିଥିଲା। କେବଳ ରାଜଧାନୀ ନୁହେଁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ହଠାତ୍‌ ବଢ଼ିଯାଇଛି। ରାଜଧାନୀ ଭୁବନେଶ୍ୱର ସମେତ ଆଜି ଉତ୍ତପ୍ତ ସ୍ଥାନ ଭାବେ ପରିଚିତ ଅନୁଗୋଳ, ଝାରସୁଗୁଡ଼ା ଓ ଟିଟିଲାଗଡ଼ ଆଦି ସ୍ଥାନରେ ପାରଦ ଉପର ମୁହାଁ ହୋଇଛି। ଦିନକ ପରେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅଂଶୁଘାତ ଆଶଙ୍କାକୁ ଆଖି […]

Heat-Wave-Punjab

Heat-Wave-Punjab

Rakesh Mallick
  • Published: Friday, 03 March 2017
  • Updated: 03 March 2017, 09:47 PM IST

Sports

Latest News

ଭୁବନେଶ୍ୱର: ମାର୍ଚ୍ଚ ମାସ ଆରମ୍ଭରୁ ଅସହ୍ୟ ତାତି ହେଲାଣି। ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ର ୩୮ ଡିଗ୍ରୀ ରହିଥିଲା। କେବଳ ରାଜଧାନୀ ନୁହେଁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ହଠାତ୍‌ ବଢ଼ିଯାଇଛି। ରାଜଧାନୀ ଭୁବନେଶ୍ୱର ସମେତ ଆଜି ଉତ୍ତପ୍ତ ସ୍ଥାନ ଭାବେ ପରିଚିତ ଅନୁଗୋଳ, ଝାରସୁଗୁଡ଼ା ଓ ଟିଟିଲାଗଡ଼ ଆଦି ସ୍ଥାନରେ ପାରଦ ଉପର ମୁହାଁ ହୋଇଛି। ଦିନକ ପରେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅଂଶୁଘାତ ଆଶଙ୍କାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ସମସ୍ତ ବିଭାଗକୁ ହିଟ୍‌ ୱେଭ୍‌ ଆକ୍ସନ୍‌ ପ୍ଲାନ୍‌ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଖୁରସ ଭଳି ମୃଦୁ ପାନୀୟ ଦୋକାନ ନିକଟରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶ ଶରତ ଚନ୍ଦ୍ର ସାହୁ କହିଛନ୍ତି,“ ଦକ୍ଷିଣ ପଶ୍ଚିମ ଦିଗ ଅର୍ଥାତ୍‌ ତେଲେଙ୍ଗାନା ଓ ରାୟଲସୀମା ଅଞ୍ଚଳରୁ ଗରମ ପବନ ବୋହୁଥିବାରୁ ଓଡ଼ିଶାରେ ତାତି ବଢ଼ୁଛି। ଦିନକ ପରେ ତାପମାତ୍ରାର ହ୍ରାସ ହେବ।୬ ତାରିଖ ବେଳକକୁ କାଳବୈଶାଖୀର ସମ୍ଭାବନା ଥିବାରୁ ତାତି କମିଯିବ।”

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos