ମୁହଁ ଖୋଲିଲେ ଅଭୟକାନ୍ତ ପାଠକ, କହିଲେ- ‘ଆମ ବିରୋଧରେ ଷଡଯନ୍ତ୍ର ଚାଲିଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆମ ବିରୋଧରେ ଷଡଯନ୍ତ୍ର କରାଯାଇ ହଇରାଣ ହରକତ କରାଯାଉଛି। ଆମ ଉପରେ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଗତକାଲି ଇଡ଼ିର ୧୨ ଘଣ୍ଟାର ମାରାଥନ ଜେରା ପରେ ଏପରି  କହିଛନ୍ତି ପୂର୍ବତନ IFS ଅଧିକାରୀ ଅଭୟକାନ୍ତ ପାଠକ। ସେ ଆହୁରି କହିଛନ୍ତି, ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ  ମୋ ପୁଅ ବିଷୟରେ  ପଚରା ଯାଇଥିଲା। ମୁଁ  ସବୁ ଡକ୍ୟୁମେଣ୍ଟ ଦେଖାଇଥିଲି। ଆୟ ବହିର୍ଭୂତ ସମ୍ପତ୍ତି ଓ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ […]

abhyakanta-pathaka

abhyakanta-pathaka

Tapaswini Nayak
  • Published: Wednesday, 06 October 2021
  • Updated: 06 October 2021, 10:29 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆମ ବିରୋଧରେ ଷଡଯନ୍ତ୍ର କରାଯାଇ ହଇରାଣ ହରକତ କରାଯାଉଛି। ଆମ ଉପରେ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଗତକାଲି ଇଡ଼ିର ୧୨ ଘଣ୍ଟାର ମାରାଥନ ଜେରା ପରେ ଏପରି  କହିଛନ୍ତି ପୂର୍ବତନ IFS ଅଧିକାରୀ ଅଭୟକାନ୍ତ ପାଠକ।

ସେ ଆହୁରି କହିଛନ୍ତି, ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ  ମୋ ପୁଅ ବିଷୟରେ  ପଚରା ଯାଇଥିଲା। ମୁଁ  ସବୁ ଡକ୍ୟୁମେଣ୍ଟ ଦେଖାଇଥିଲି।

ଆୟ ବହିର୍ଭୂତ ସମ୍ପତ୍ତି ଓ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ଗତକାଲି  ଇଡିରେ ହାଜର ହୋଇଥିଲେ ଅଭୟକାନ୍ତ ପାଠକ। ତାଙ୍କୁ ୧୨ ଘଣ୍ଟା ମାରାଥନ ଜେରା କରାଯାଇଥିଲା। ଇଡିର ଅଧିକାରୀମାନେ ତାଙ୍କୁ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରିଥିଲେ।  ଗତକାଲି ଦିନ ସାଢ଼େ ୧୧ଟାରୁ ରାତି ୧୦ଟା ଯାଏ ଜେରା କରିଥିଲେ ଇଡି ଅଧକାରୀ। ଏ ଦୁଇଟି ମାମଲାରେ ପଚରାଉଚରା ପାଇଁ ସମନ ପରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ଅଭୟକାନ୍ତ।

ଏ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କୁ ମଧ୍ୟ ଇ଼ଡି ପକ୍ଷରୁ ସମନ୍ କରାଯାଇଛି। ଏମାନଙ୍କୁ ପୂର୍ବରୁ ହାଜର ପାଇଁ ସମନ ହୋଇଥିଲା।  ସେମାନେ ହାଜର ପାଇଁ ସମୟ ମାଗିଥିବା ସତ୍ତ୍ୱେ ଦ୍ୱିତୀୟ ଥର ଲାଗି ସମନ୍ କରାଯାଇଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୨୦୨୦ ନଭେମ୍ବରରେ ଭିଜିଲାନ୍ସ ୧୩ଟି ସ୍ଥାନରେ ଚଢାଉ କରିଥିଲା। ସେତେବେଳେ ଭିଜିଲାନ୍ସ ୯ କୋଟି ୩୫ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଥିଲା। ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରେ ୯ କୋଟି ୪ କୋଟି ଟଙ୍କା ଡିପୋଜିଟ୍ ହୋଇଥିବା ସୂଚନା ମିଳିଥିଲା।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତ ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଏହା ବ୍ୟତୀତ ତାଙ୍କ ନାଁରେ ୨ଟି ଠକେଇ ମାମଲା ମଧ୍ୟ ଥିଲା। ଦୀର୍ଘ ଦିନ ଜେଲ୍‌ରେ ରହିବା ପରେ ଗତ ଜୁନ୍ ୧୮ ତାରିଖରେ ଅଭୟ ଝାରପଡ଼ା ଜେଲରୁ ମୁକୁଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story