ମାର୍ଚ୍ଚ ୨ରୁ ଯୁକ୍ତଦୁଇ ପରୀକ୍ଷା: ଉତ୍ତର ଓଡ଼ିଶାରେ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ଜୋରଦାର

ବାରିପଦା: ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି। ଉତ୍ତର ଓଡ଼ିଶାରେ ଯୁକ୍ତଦୁଇ ପରୀକ୍ଷା ପରିଚାଳନା ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ହବ୍‌ ସୁପରିଟେଣ୍ଡେଣ୍ଟ, ପ୍ରିନ୍ସପାଲଙ୍କ ସହ ମୟୂରଭଞ୍ଜ ଏସପି, ଉତ୍ତର ଓଡ଼ିଶା ଜୋନ୍‌ର ଉପସଚିବ ଉପସ୍ଥିତ ଥିଲେ। ଯୁକ୍ତଦୁଇ ପରୀକ୍ଷା କିପରି ହେବ, ଠିକ୍‌ ଭାବେ କିପରି ପରିଚାଳନା […]

+2 exam

+2 exam

Rakesh Mallick
  • Published: Thursday, 25 February 2016
  • Updated: 25 February 2016, 04:11 PM IST

Sports

Latest News

ବାରିପଦା: ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି। ଉତ୍ତର ଓଡ଼ିଶାରେ ଯୁକ୍ତଦୁଇ ପରୀକ୍ଷା ପରିଚାଳନା ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ହବ୍‌ ସୁପରିଟେଣ୍ଡେଣ୍ଟ, ପ୍ରିନ୍ସପାଲଙ୍କ ସହ ମୟୂରଭଞ୍ଜ ଏସପି, ଉତ୍ତର ଓଡ଼ିଶା ଜୋନ୍‌ର ଉପସଚିବ ଉପସ୍ଥିତ ଥିଲେ। ଯୁକ୍ତଦୁଇ ପରୀକ୍ଷା କିପରି ହେବ, ଠିକ୍‌ ଭାବେ କିପରି ପରିଚାଳନା ହେବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା।

ବାରିପଦା ଯୁକ୍ତଦୁଇ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ ଡ. ହେମନ୍ତ କୁମାର ଘଡେଇ ସୂଚନା ଦେଇ କହିଛନ୍ତି, “ଚଳିତବର୍ଷ ଉତ୍ତର ଓଡ଼ିଶା ଜୋନରେ ମୋଟ ୨୯୦ଟି କଲେଜର ୭୨,୯୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୨୧୮ଟି ସେଣ୍ଟରରେ ଏହି ପରୀକ୍ଷା ହେବ। ଏଥିପାଇଁ ୩୩ଟି ହବ୍ ସେଣ୍ଟର ଖଲାଯାଇଛି। ଯେଉଁଥିରେ ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ରଖାଯିବା ସହ ହବ୍‌ମାନଙ୍କରେ ସିସିଟିଭି କ୍ୟାମେରା ଓ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos