ଓଡ଼ିଆମାନେ ସ୍ମାଟ୍‌: ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ

ଭୁବନେଶ୍ୱର: ଓଡ଼ିଆଙ୍କ ସମ୍ପର୍କରେ ଫେସ୍‌ବୁକ୍‌ରେ ବିବାଦୀୟ ଓ କଟୁ ମନ୍ତବ୍ୟ ଲେଖିଥିବା ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ ଗତକାଲି କ୍ଷମା ମାଗିବା ପରେ ଆଜି ମତ ବଦଳାଇଛନ୍ତି। ବ୍ଲଗ୍‌ସ୍ପଟ୍‌ରେ ସେ ଓଡ଼ିଆଙ୍କୁ ସ୍ମାର୍ଟ ବୋଲି ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି,“ପୂର୍ବରୁ ମୁଁ ଓଡ଼ିଆଙ୍କୁ ବୋକା ବୋଲି ଭାବିଥିଲି। କିନ୍ତୁ ଆଜି ଘଟିଥିବା ଘଟଣା ମୋ ଧାରଣା ବଦଳାଇ ଦେଇଛି।”

ଆଜି ଅପରାହ୍ନରେ ଦିଲ୍ଲୀରେ ରହୁଥିବା ଓଡ଼ିଆ ଛାତ୍ର ସଂଘ ପକ୍ଷରୁ ଜଷ୍ଟିସ୍‌ କାଟଜୁଙ୍କୁ ଏକ ଫୁଲ ତୋଡ଼ା ପ୍ରଦାନ କରାଯାଇଥିଲା। ଯେଉଁଥିରେ ତାଙ୍କ ଆରୋଗ୍ୟ କାମନା ନେଇ ବାର୍ତ୍ତା ଥିଲା। ଏହାର ଜବାବରେ କାଟଜୁ ଏହି ପ୍ରତିକ୍ରିୟା ଦେଇଛନ୍ତି।

ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସମଗ୍ର ଓଡ଼ିଶାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି କଟକ, ଭୁବନେଶ୍ୱର ଓ ପୁରୀରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହା ଉପରେ  ମୁମ୍ୱାଇର ପୂର୍ବତନ ପୋଲିସ୍‌ କମିଶନର ଅରୂପ ପଟ୍ଟନାୟକ କହିଛନ୍ତି,“କାଟଜୁ ଯେପରି ଓଡ଼ିଆଙ୍କ ପ୍ରତି ମନ୍ତବ୍ୟ ଦେଇଛନ୍ତି, ସେଭଳି ମନ୍ତବ୍ୟ ଅନ୍ୟ ଜାତି ପ୍ରତି ଦେଇଥିଲେ ପରିସ୍ଥିତି ଅଲଗା ହୋଇଥାନ୍ତା। କାଟଜୁ ଯଦି ହରିଆଣାରେ ଜାଠ୍‌ ଓ ମହାରାଷ୍ଟ୍ରର ଉଦ୍ଧବ ଠାକରେ କିମ୍ୱା ରାଜ ଠାକରେଙ୍କ ବିରୋଧରେ କହିଥାନ୍ତେ ତାଙ୍କ ଅବସ୍ଥା କଣ ହୋଇଥାନ୍ତା ସମସ୍ତେ ଜାଣିଥାନ୍ତେ। ଆମେ କଣ ସାଣ୍ଟାବାଣ୍ଟା ଆମ ଉପରେ ମଜା କରୁଛି। ମୁଁ ଶୁଣିବାକୁ ପାଇଛି ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କୁ ଜେରା କରାଯିବା ଦରକାର।”

ଆହୁରି ପଢ଼ନ୍ତୁ

‘ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତ ହାର ଅଧିକ’

କୁକୁର ସାମ୍ନାକୁ ଚାଲି ଆସିବାରୁ ଗଛରେ ପିଟି ହେଲା ବୋଲେରୋ!

ଭୁବନେଶ୍ୱରରୁ ୧୬୬ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୬୮ ଲୋକାଲ୍‌ କେସ୍‌

ଲୋକଙ୍କୁ ଡରାଉଛି ଘଡ଼ିଆଲ କୁମ୍ଭୀର

କ୍ରାନ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ୱର୍ଦ୍ଧନା

ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲ-ଏସ୍‌ଓଜି ମୁହାଁମୁହିଁ

ପଲିଥିନ୍‌ ତଳେ କଟୁଛି ଜୀବନ

‘ଚେନ୍ନାଇର ଚଷମା ଦୋକାନରୁ ପିପିଇ କିଟ୍‌ କିଣି ଦୁର୍ନୀତିର ମଞ୍ଜି ପୋତିଛନ୍ତି’

‘କାଳିଆ’ ଟଙ୍କା ଫେରସ୍ତ ନିଷ୍ପତ୍ତି ସ୍ଥଗିତ

ନୂଆଁଖାଇ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ସୁରେଶ ପୂଜାରୀ

ପାରଳାଖେମୁଣ୍ଡି ଜେଲ୍ ଅଧୀକ୍ଷକଙ୍କୁ କରୋନା

ରାଜ୍ୟର ୨୫ଟି ଜିଲ୍ଲାରୁ କରୋନାରେ ଗଲାଣି ୨୭୨ ଜୀବନ: ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ