ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା କରିବାକୁ ବିଜେଡି ସାଂସଦ, ବିଧାୟକ ଓ ଜିଲ୍ଲା ସଭାପତିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମରୁଡି ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା କରିବାକୁ ବିଜେଡିର ସାଂସଦ, ବିଧାୟକ ଏବଂ ଜିଲ୍ଲା ସଭାପତିମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏ ନେଇ ସେମାନଙ୍କୁ ଚିଠି ଲେଖି ଚାଷୀଙ୍କ ସମସ୍ୟାର ସମାଧାନ ଲାଗି ତୃଣମୂଳସ୍ତରରେ କାମ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପ୍ରତିଟି ସହାୟତା, ପ୍ରୋତ୍ସାହନ ଓ ନିର୍ଦ୍ଦେଶନାମା ଯେଭଳି  କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପହଞ୍ଚିବ ସେଥିଲାଗି ଧ୍ୟାନ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଦଳୀୟ ସାଂସଦ, ବିଧାୟକ, ଜିଲ୍ଲା ସଭାପତିମାନେ ପ୍ରତି ଗାଁରେ ଚାଷୀମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବେ । ବ୍ୟକ୍ତିଗତ ସ୍ତରରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବେ । ଦରକାର ପଡିଲେ ତାଙ୍କର ହସ୍ତକ୍ଷେପ ଲୋଡି ପାରିବେ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି ।