ମରୁଡ଼ି ସତ୍ତ୍ୱେ ରାଜ୍ୟରେ ଜଳଭଣ୍ଡାର ସ୍ଥିତି ଭଲ ରହିଛି

ଭୁବନେଶ୍ୱର: ଗତବର୍ଷର ମରୁଡ଼ି ସ୍ଥିତିକୁ ନେଇ ସାରା ଦେଶରେ ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବ ଓ ରାଜସ୍ଥାନରେ ଥିବା ଜଳଭଣ୍ଡାର ଗୁଡିକର ସ୍ଥିତି ଅତ୍ୟନ୍ତ ଶୋଚନୀୟ। ତେବେ ଓଡ଼ିଶାରେ ଏହି ରାଜ୍ୟଗୁଡିକ ତୁଳନାରେ ସ୍ଥିତି ଭଲ ରହିଛି। ହୀରାକୁଦ, ମାଛକୁଣ୍ଡ ସମେତ ରାଜ୍ୟର ଅଧିକାଂଶ ଜଳଭଣ୍ଡାରରେ ଜଳସ୍ତର ସନ୍ତୋଷଜନକ ସ୍ଥିତିରେ ରହିଥିବା ଜଣାପଡିଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌। ଗତବର୍ଷ ଏହି ସମୟରେ ଜଳଭଣ୍ଡାରର ଜଳସ୍ତର […]

jalaput

jalaput

Rakesh Mallick
  • Published: Sunday, 24 April 2016
  • Updated: 24 April 2016, 04:43 PM IST

Sports

Latest News

jalaputଭୁବନେଶ୍ୱର: ଗତବର୍ଷର ମରୁଡ଼ି ସ୍ଥିତିକୁ ନେଇ ସାରା ଦେଶରେ ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବ ଓ ରାଜସ୍ଥାନରେ ଥିବା ଜଳଭଣ୍ଡାର ଗୁଡିକର ସ୍ଥିତି ଅତ୍ୟନ୍ତ ଶୋଚନୀୟ। ତେବେ ଓଡ଼ିଶାରେ ଏହି ରାଜ୍ୟଗୁଡିକ ତୁଳନାରେ ସ୍ଥିତି ଭଲ ରହିଛି। ହୀରାକୁଦ, ମାଛକୁଣ୍ଡ ସମେତ ରାଜ୍ୟର ଅଧିକାଂଶ ଜଳଭଣ୍ଡାରରେ ଜଳସ୍ତର ସନ୍ତୋଷଜନକ ସ୍ଥିତିରେ ରହିଥିବା ଜଣାପଡିଛି।

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌। ଗତବର୍ଷ ଏହି ସମୟରେ ଜଳଭଣ୍ଡାରର ଜଳସ୍ତର ୬୦୯.୮୭ ଫୁଟ ଥିଲା। ତେବେ ରାଜ୍ୟରେ ଉତ୍କଟ ମରୁଡ଼ି ସତ୍ତ୍ୱେ ଆଜିର ଦିନରେ ଜଳସ୍ତର ୬୧୧.୨୫ ଫୁଟ ରହିଛି। ସେପ୍ଟେମ୍ବର ମାସରୁ ବର୍ଷା ହୋଇ ନ ଥିଲେ ମଧ୍ୟ ଉତ୍ତମ ଜଳ ପରିଚାଳନା ଯୋଗୁଁ ଡ୍ୟାମର ଜଳସ୍ତର ଭଲ ସ୍ଥିତିରେ ଥିବା ଡ୍ୟାମର ମୁଖ୍ୟଯନ୍ତ୍ରୀ କହିଛନ୍ତି।

ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ବିଶ୍ୱଜିତ ମହାନ୍ତି କହିଛନ୍ତି, “ରୋଟେସନ କରି ପାଣି ଦେଉଛୁ। ଜଳସେଚନ ବିଭାଗ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଜଳର ସୁପରିଚାଳନା ପାଇଁ ଆମେ ବ୍ୟବସ୍ଥା କରିଛୁ। ସେଥିପାଇଁ ଜଳସ୍ତର ଅଧିକ ରହିଛି।”

ଏପଟେ କୋରାପୁଟ ଜଲାପୁଟ ଜଳଭଣ୍ଡାର ଜଳସ୍ତର ମଧ୍ୟ ସନ୍ତୋଷଜନକ ରହିଛି। ଗତବର୍ଷ ଏପ୍ରିଲ ମାସରେ ଜଳସ୍ତର ୨୭୨୫.୫ ଫୁଟ୍‌ ଥିବା ବେଳେ ଚଳିତବର୍ଷ ୨୭୨୬.୪ ଫୁଟ ରହିଛି। ତେବେ ଜଲାପୁଟ୍‌ ଡାଇଭର୍ଜନ ଡ୍ୟାମ ମାଛକୁଣ୍ଡରେ ଜଳପତ୍ତନ ସାମାନ୍ୟ କମ ରହିଛି। ମାଛକୁଣ୍ଡର ଜଳଧାରଣ କ୍ଷମତା ୯୩ ଫୁଟ୍‌ ହୋଇଥିବା ବେଳେ ଏବେ ଜଳସ୍ତର ୮୩ ଫୁଟ୍‌ ରହିଛି। ଗତବର୍ଷ ଏହି ସମୟରେ ମଧ୍ୟ ଏଠାରେ ୮୩ ଫୁଟ ଜଳପତ୍ତନ ଥିଲା। ଚଳିତ ମୌସୁମୀ ଋତୁରେ ଯଦି ଭଲ ବର୍ଷା ନ ହୁଏ ତେବେ ଆଗକୁ ସମସ୍ୟା ହୋଇପାରେ ବୋଲି ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି।

ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଞ୍ଜାବିନ ଲିମା କହିଛନ୍ତି, “ଗତବର୍ଷ ତୁଳନାରେ ଏକ ଫୁଟ ଅଧିକ ଜଳ ଅଛି। ଜୁନ ୧୫ ତାରିଖ ପର୍ଯ୍ୟନ୍ତ ୱାଟର ଲେଭଲ ମେସିନ ଚଳାଇବାରେ ସମସ୍ୟା ହେବ ନାହିଁ। ଜୁନ ମାସ ପରେ ଯଦି ବର୍ଷା ହେବ ନାହିଁ ତେବେ ସମସ୍ୟା ହେବ। ହେଲେ ତାହା ପୂର୍ବରୁ ସମସ୍ୟା ହେବାର ସମ୍ଭାବନା ନାହିଁ।”

ମାଲକାନଗିରି ବାଲିମେଳା ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୬ ଫୁଟ। ଅନାବୃଷ୍ଟି ହେତୁ ଚଳିତବର୍ଷ ଜଳସ୍ତର ସାମାନ୍ୟ କମିଛି। ଏବେ ଜଳଭଣ୍ଡାରର ଜଳସ୍ତର ୧୪୭୭.୮ ଫୁଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story