ମାସକ ପୂର୍ବରୁ ଜଣାପଡ଼ିବ ମାଟ୍ରିକ ପରୀକ୍ଷା ସମ୍ପର୍କିତ ତଥ୍ୟ

କଟକ: ମାଟ୍ରିକ୍ ପରୀକ୍ଷାରେ ପୁଣି ଏକ ସଂସ୍କାର ଆଣିଛି ମାଧ୍ୟମିକ ଶିକ୍ଷା ପରିଷଦ। ଏଣିକି ସପ୍ତାହେ ଆଗରୁ ନୁହେଁ ବରଂ ମାସକ ଆଗରୁ ସ୍କୁଲ କର୍ତ୍ତୃପକ୍ଷ ଜାଣି ପାରିବେ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ। ନିଜ ସ୍କୁଲର ପରୀକ୍ଷାର୍ଥୀଙ୍କ ସଂଖ୍ୟା, କେଉଁଠି ହେବ ପରୀକ୍ଷା କେନ୍ଦ୍ର, ରୋଲ ନମ୍ୱର କୋଡ୍ କେତେ- ଏ ସମସ୍ତ ତଥ୍ୟ ପରୀକ୍ଷାର ମାସକ ପୂର୍ବରୁ ଅନ୍ ଲାଇନରୁ ଜାଣି ପାରିବେ ସ୍କୁଲ କର୍ତ୍ତୃପକ୍ଷ। ଏଥିପାଇଁ ବୋର୍ଡ ପକ୍ଷରୁ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଇଣ୍ଡିଆ ରେଜଲଟ୍ସ ଡଟ୍ କମ୍- ୱେବ୍ ସାଇଟରେ ସୂଚନା ପ୍ରଦାନ କରାଯାଇଛି।

ସ୍କୁଲ କର୍ତ୍ତୃପକ୍ଷ ନିଜ ସ୍କୁଲ କୋଡ୍ ବ୍ୟବହାର କରି ଏହି ସୂଚନା ମାସକ ଆଗରୁ ନେଇ ପାରିବେ। ଏହା ଦ୍ୱାରା ପରୀକ୍ଷା ପରିଚାଳନା ଆହୁରି ସହଜ ହେବ ବୋଲି ବୋର୍ଡ ସଭାପତି ପ୍ରଫେସର ଦକ୍ଷପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି।