ଏଥର କୁଆଡ଼େ ଗଲେ ଅଲିଭ ରିଡ୍‌ଲି?

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସମୁଦ୍ର ମଧ୍ୟରେ ହଜାର ହଜାର କିଲୋମିଟର ପାର କରି ଗଞ୍ଜାମ ଜିଲ୍ଲା ସମୁଦ୍ର ଉପକୂଳକୁ ଅଣ୍ଡାଦାନ ପାଇଁ ଆସିଥାନ୍ତି ବିରଳ ଅଲିଭ ରିଡ୍‌ଲି କଇଁଛ। ହେଲେ ଚଳିତ ବର୍ଷ ଅଲିଭ ରିଡ୍‌ଲି କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖାଦେଇଛି। ଗଞ୍ଜାମ ଉପକୂଳରେ ଥିବା ଗୋଖରକୁଦା ଓ ପୋଡ଼ମପେଟା ମଧ୍ୟରେ ଥିବା ସମୁଦ୍ରବେଳାରେ ଲକ୍ଷାଧିକ କଇଁଛ ଅଣ୍ଡାଦାନ କରୁଥିବା ବେଳେ ଏଥର କିନ୍ତୁ ଏହି ଅଞ୍ଚଳକୁ  ବହୁତ କମ୍‌ କଇଁଛ ଆସିଛନ୍ତି। ପାଣିପାଗ ଅନୁକୂଳ ନ […]

p-88

p-88

Tapaswini Nayak
  • Published: Tuesday, 04 June 2019
  • Updated: 04 June 2019, 03:23 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସମୁଦ୍ର ମଧ୍ୟରେ ହଜାର ହଜାର କିଲୋମିଟର ପାର କରି ଗଞ୍ଜାମ ଜିଲ୍ଲା ସମୁଦ୍ର ଉପକୂଳକୁ ଅଣ୍ଡାଦାନ ପାଇଁ ଆସିଥାନ୍ତି ବିରଳ ଅଲିଭ ରିଡ୍‌ଲି କଇଁଛ। ହେଲେ ଚଳିତ ବର୍ଷ ଅଲିଭ ରିଡ୍‌ଲି କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖାଦେଇଛି। ଗଞ୍ଜାମ ଉପକୂଳରେ ଥିବା ଗୋଖରକୁଦା ଓ ପୋଡ଼ମପେଟା ମଧ୍ୟରେ ଥିବା ସମୁଦ୍ରବେଳାରେ ଲକ୍ଷାଧିକ କଇଁଛ ଅଣ୍ଡାଦାନ କରୁଥିବା ବେଳେ ଏଥର କିନ୍ତୁ ଏହି ଅଞ୍ଚଳକୁ  ବହୁତ କମ୍‌ କଇଁଛ ଆସିଛନ୍ତି।

ପାଣିପାଗ ଅନୁକୂଳ ନ ଥିବା ସହ ସମୁଦ୍ର ଉପକୂଳ ଅଞ୍ଚଳରେ ବାଲୁକା ପାହାଡ଼ ସୃଷ୍ଟି ହୋଇଥିବାରୁ ଅଲିଭ ରିଡ୍‌ଲି କଇଁଛ ଆସିନାହାନ୍ତି ବୋଲି ଜଣାପଡ଼ିଛି।  ଏଭଳି ବ୍ୟତିକ୍ରମ ଅଞ୍ଚଳବାସୀ ଏବଂ ପର୍ଯ୍ୟଟକଙ୍କୁ ନିରାଶ କରିଛି।

ପ୍ରତିବର୍ଷ ଫେବୃଆରୀରେ ଅଣ୍ଡାଦାନ ପରେ ଏପ୍ରିଲରୁ ମେ’ ମାସ ମଧ୍ୟରେ କଇଁଛଛୁଆ ଅଣ୍ଡାରୁ ବାହାରି ସମୁଦ୍ର ଗର୍ଭକୁ ଫେରିଥାନ୍ତି।  ତେବେ ଚଳିତ ବର୍ଷ ଏଠାକାର ସମୁଦ୍ରକୂଳ ଅଞ୍ଚଳରେ ଦେଖିବାକୁ ମିଳିନି ଅଲିଭ ରିଡ୍‌ଲିଙ୍କ ଅଣ୍ଡାଦାନ। ପୂର୍ବରୁ ଲକ୍ଷାଧିକ ସଂଖ୍ୟାରେ କଇଁଛ ଆସୁଥିବା ବେଳେ ଚଳିତ ବର୍ଷ ବହୁତ କମ୍‌ କଇଁଛ ଆସିଥିଲେ। ଗଞ୍ଜାମ ଉପକୂଳ ବାଲୁକା ଶଯ୍ୟା ସହ ପାଗ ବି ଠିକ ନ ଥିବାରୁ ଅଲିଭ ରିଡଲେ କଇଁଛ ଆସିନଥିବା ପରିବେଶବିତ୍ ମତ ପ୍ରକାଶ କରିଛନ୍ତି।

କଇଁଛ ଆଗମନକୁ ଅତି ଉତ୍ସୁକତାର ସହ ସ୍ଥାନୀୟ ଅଞ୍ଚଳର ଲୋକେ ଅପେକ୍ଷା କରି ରହିଥିବା ବେଳେ ଚଳିତ ବର୍ଷ କମ୍ କଇଁଛ ଆସିଥିବାରୁ ସମସ୍ତଙ୍କୁ ଏହା ନିରାଶ କରିଛି। କଇଁଛଙ୍କ ଆଗମନ କମିଥିବାରୁ ସମୁଦ୍ରରେ ମାଛସଂଖ୍ୟା ମଧ୍ୟ କମିଥିବା କହିଛନ୍ତି ମତ୍ସ୍ୟଜୀବୀ। କଇଁଛମାନେ ଅଣ୍ଡାଦାନ ପାଇଁ ଆସିନଥିବାରୁ ଏହା ପର୍ଯ୍ୟଟକଙ୍କୁ ମଧ୍ୟ ନିରାଶ କରିଛି। ଅନ୍ୟପଟେ କଇଁଛଙ୍କ ଅଣ୍ଡାଦାନ ଲାଗି ବନବିଭାଗ ପୂର୍ବପ୍ରସ୍ତୁତି କରିଥିଲେ ମଧ୍ୟ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଏଥର କଇଁଛମାନେ ଆସିନଥିବା କହିଛନ୍ତି ବନ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story