ଇଞ୍ଜିନିୟରିଂ ଛାତ୍ର ଅପହରଣ ଘଟଣା: ମାଷ୍ଟର ମାଇଣ୍ଡ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ଇଞ୍ଜିନିୟରିଂ ଛାତ୍ର ଅନୁଜ ଝା ଅପହରଣର ମାଷ୍ଟର ମାଇଣ୍ଡ ଦେବାଶିଷ ମୁଖାର୍ଜୀଙ୍କୁ ଗିରଫ କରିଛି ପୋଲିସ। ଦେବାଶିଷ ଆଜି ତାଙ୍କ ସାଙ୍ଗକୁ ଭେଟିବାକୁ ଭୁବନେଶ୍ୱର ଆସିଥିବା ବେଳେ ତାଙ୍କୁ ପୋଲିସ ଗିରଫ କରିଥିଲା। କିନ୍ତୁ ଏଯାଏଁ ଅନ୍ୟତମ ଅଭିଯୁକ୍ତ ଦେବାଶିଷଙ୍କ ପତ୍ନୀ ଧରାପଡ଼ି ନାହାନ୍ତି। ଅପହରଣ ପରେ ଦେବାଶିଷ ରାଜ୍ୟ ବାହାରକୁ ଚାଲି ଯାଇଥିଲା। ବର୍ତ୍ତମାନ ପୋଲିସ ତାଙ୍କୁ ପଚରାଉଚରା କରୁଛି।
ଅନ୍ୟ କିଏ ଏଥିରେ ସଂପୃକ୍ତ ଥିଲେ କି ନାହିଁ, ତାହାର ତନାଘନା ଚଳାଇଛି। ପୂର୍ବରୁ ଏହି ଘଟଣାରେ ୪ ଜଣ ଗିରଫ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।